କରଞ୍ଜିଆରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  କରଞ୍ଜିଆରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ ବିଗତ ଦିନରେ କାହାର ପ୍ରରଚନାରେ ପଡି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଗିରଫ କରାଯାଇଥିଲା |

ଏହାର ପ୍ରତିବାଦରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ରେ ଆଜି ରାଷ୍ଟ୍ରପତିଙ୍କ ଉଦେଶ୍ୟ ରେ ଉପଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି | ତେବେ ଆଜି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା କରଞ୍ଜିଆ ବ୍ଲକର ସମ୍ପାଦକ ପଦ୍ମ ଟୁଡୁ ଏବଂ ସହ-ସମ୍ପାଦକ ଭାଦ ସୋରେନ ଙ୍କ ନେତୃତ୍ୱ ରେ ଦିବା ୧୨ଘଟିକା ୩୦ ମିନିଟ ସମୟରେ କରଞ୍ଜିଆ ମାଣିକ ଛକ ନିକଟରୁ ଏକ ଶୋଭାଯାତ୍ରା ବାହାରି ନେତାଜୀ ଛକ ହୋଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଂଚି ଥିଲେ | ତେବେ ଏହି ସଭାଯାତ୍ରରେ ବିଭିନ୍ନ ବିରୋଧାତ୍ମକ ସ୍ଲୋଗାନ ଦେଇ କହିଥିଲେ ଆମର ଦାବୀ ମୁଖ୍ୟମନ୍ତ୍ରୀଙ୍କୁ ଛାଡି ଦିଆଯାଉ, କେନ୍ଦ୍ର ସରକାର ହାୟ ହାୟ, ଝାଡଖଣ୍ଡକର୍ମୀ ଓ ନେତା ଉପରେ ଜୋରଜୁଲୁମ ଓ ଅତ୍ୟାଚାର ଚଳିବ ନାହିଁ ବଲି କହିଥିଲେ |

ପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ | ଏବଂ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ସହକାରୀ ଜିଲ୍ଲାପାଳ ନିହାର ରଞ୍ଜନ ସେଠିଙ୍କୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ | ଏବଂ ଆଗାମୀ ଦିନରେ ଦାବୀ ପୂରଣ ନହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ରାଜରାସ୍ତା କୁ ଅଲ୍ହେଇବ ବୋଲି ଚେତାବନୀ ମଧ୍ୟ ଦେଇଥିଲେ |ତେବେ ଏହି ସଭାଯାତ୍ରା ରେ ଶତାଧିକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ର କର୍ମୀ ମାନେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା |

Leave A Reply

Your email address will not be published.