୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ନିରଞ୍ଜନ ଠାରେ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ | ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ନିରଞ୍ଜନ ଠାରେ ଥିବା ବାପୁଜୀ ଯୁବକ ସଂଘ ଆନୁକୂଲ୍ୟରେ ୪୨ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |

ଏଥିରେ କ୍ରୀଡା ପ୍ରତିଯୋଗିତା ମଧ୍ୟରେ ବୟସ୍କ -ଲାଖବିନ୍ଧା, ୧୫୦୦ ମିଟର ଦୌଡ, ବାଳକ- ୫୦୦ମି, ଜ୍ଞାନ ପରୀକ୍ଷା, ବାଳିକା – ୩୦୦ମି ଦୌଡ, ମହମବତୀ ଦୌଡ, ଚତୁର ବିଦ୍ୟା, ଛୋଟା ଦୌଡ, ଶିଶୁ ବାଳକ – ୨୦୦ମି ଦୌଡ, ମୌଖିକ ପରୀକ୍ଷା, ଛୋଟା ଦୌଡ, ଶିଶୁ ବାଳିକା – ୨୦୦ମି ଦୌଡ, ମୌଖିକ ପରୀକ୍ଷା, ମହିଳା – ଜଳପୂର୍ଣ୍ଣ କଳସ ଦୌଡ, ୧୨ ରୁ ୧୮ ବର୍ଷ ବାଳିକାମାନଙ୍କ ମଧ୍ୟରେ ସୁନ୍ଦରୀ ପ୍ରତିଯୋଗିତା – ମିସ୍ ନିରଞ୍ଜନ ୨୦୨୪ , ସର୍ବସାଧାରଣଙ୍କର ଲକୀ ଡ୍ରୋ, ନାଚ ପ୍ରତିଯୋଗିତା ହୋ ନାଚ, ଡ୍ରାମା ଓ ବୁଢୀଗାଳୀ ଅନ୍ୟତମ | କୃତୀ ପ୍ରତିଯୋଗୀମାନଙ୍କ ନିମନ୍ତେ ଆକର୍ଷଣୀୟ ପୁରସ୍କାର କମିଟୀ ପକ୍ଷରୁ ରଖାଯାଇଥିଲା |

ପୁରସ୍କାର ବିତରଣୀ ପର୍ବରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନ ରଂଜନ ହେମ୍ବ୍ରମ , ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲ୍ଲା ପରିଷଦ ୪୫ ନଂ ଜୋନ ସାମରା ମାର୍ଣ୍ଡି ଓ ପ୍ରତିଷ୍ଠାତା ଦୁର୍ଗାଚରଣ ଟୁଡୁ ପ୍ରମୁଖ ଯୋଗ ଦେଇ କୃତିତ୍ବ ଅର୍ଜନକାରୀ ପ୍ରତିଭାମାନଙ୍କୁ ପୁରସ୍କୃତ କରିଥିଲେ | ଏହା ପରେ ବିଶେଷ ଆକର୍ଷଣ ଭାବେ ଝୁମର ନୃତ୍ୟ ପରିବେଷଣ ହୋଇଥିଲା | ଏହି ବିରାଟ ସମାବେଶରେ କମିଟୀ ସଭାପତି ନିରଞ୍ଜନ ଗୋୱଲା, ସଂପାଦକ ଗୁରୁଚରଣ କାଳନ୍ଦୀ, କୋଷାଧ୍ୟକ୍ଷ ପଙ୍କଜ ମୁର୍ମୁ, ରାହୁଳ ଟୁଡୁ, ବାପୁ ମୁର୍ମୁ, ଭୂବନ କାଳନ୍ଦୀ, ଲିଟୁ ଗୋୱଲା, ବିକାଶ କାଳନ୍ଦୀ ତଥା ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ | ଏହି ଭବ୍ୟ କାର୍ଯ୍ୟକ୍ରମ ଦେଖିବା ପାଇଁ ସ୍ଥାନୀୟ ତଥା ଦୂରଦୁରାନ୍ତର ରୁ ଲୋକେ ଆସି ପ୍ରବଳ ଭିଡ ଜମାଇଥିଲେ |

Leave A Reply

Your email address will not be published.