କରଞ୍ଜିଆ ଏନ.ଏ.ସି କାର୍ଯ୍ୟାଳୟରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଆଜି ପ୍ରାୟ ଅପରାହ୍ନ ୪ ଘଟିକା ସମୟରେ ଏନ.ଏ.ସି କାର୍ଯ୍ୟାଳୟ ସମ୍ବିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଥିବା ବେଳେ କରଞ୍ଜିଆ ଅତିରିକ୍ତ ତହସିଲଦାର୍ ଶ୍ରୀଯୁକ୍ତ ନିତ୍ୟାନନ୍ଦ ସେଠୀ ସଭାପତିତ୍ୱ କରିଥିଲେ।

ତେବେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଏନ.ଏ.ସି ଅଧ୍ଯକ୍ଷା ପପି ପୃଷ୍ଟି ଯୋଗଦେଇ ପ୍ରଥମେ ଜଗତର ନାଥ ଜଗନ୍ନାଥ ଫୋଟ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିବା ଥିଲେ | ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଭାଗବତ ଚନ୍ଦ୍ର ଲେଙ୍କା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଏନ.ଏ.ସି ଉପାଧ୍ଯକ୍ଷ ସ୍ୱରୂପ କୁମାର ପରିଜା,ଏନ.ଏ.ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ କୁମାର ନାଏକ ପ୍ରମୁଖ ଯୋଗଦେଇଥିଲେ । ବନ୍ଦେ ଉତ୍କଳ ଜନନୀ ସଂଗୀତ କୁ ସମୂହ ଗାନ କରାଯାଇ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ।

ଅତିଥି ମାନେ ଓଡିଆ ଭାଷା ର ଗୌରବ ତଥା ସଂସ୍କୃତି ର ମହାନତା ସମ୍ପର୍କରେ ଆଲୋଚନା କରିବାସହ ଏହାର ବିକାଶ ତଥା ସମ୍ମାନ ରକ୍ଷା ଉଦ୍ଦେଶ୍ୟ ରେ ମାର୍ଗଦର୍ଶନ ଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏବଂ ଆଗାମୀ ଦିନରେ ଯୋଉ ବ୍ୟବସାୟୀ ନିଜର ଟ୍ରେଡ଼ ଲାଇସେନ୍ସ କରିବେ ସେମାନେ ପ୍ରଥମେ ନିଜ ବ୍ୟବସାୟ କରୁଥିବା ନାମ ଓଡ଼ିଆ ରେ ଲେଖିବେ ଯଦି ଲେଖିବେ ନାହିଁ ତାଙ୍କୁ ଟ୍ରେଡ଼ ଲାଇସେନ୍ସ ମିଳିବ ନାହିଁ ବଲି ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜ ବକ୍ତବ୍ୟ ରେ ପ୍ରକାଶ କରିଥିଲେ |

ଉକ୍ତ କାର୍ଯ୍ୟକ୍ରମ ରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ , ଶିକ୍ଷକ ଶିକ୍ଷୟିତ୍ରୀ ସାହିତ୍ୟ ପ୍ରେମୀ ଜନସାଧାରଣ ମାନେ ଉପସ୍ଥିତ ଥିଲେ। ଶେଷରେ ଉପସ୍ଥିତ ଥିବା ସମସ୍ତ ସାହିତ୍ୟ ପ୍ରେମୀ ଏବଂ କବି ଗାନକରିଥିବାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଉକ୍ତ କାର୍ଯ୍ୟକ୍ରମ କୁ ଭରତ ଚନ୍ଦ୍ର ଦାସ ପରିଚାଳନା କରିଥିବାବେଳେ ଏନ ଏ ସି କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ |କାର୍ଯ୍ୟକ୍ରମ ଶେଷରେ କରଞ୍ଜିଆ ଏନ ଏ ସି ଉପାଧ୍ୟକ୍ଷ ସ୍ୱରୂପ କୁମାର ପରିଜା ଉପସ୍ଥିତ ସମସ୍ତ ସଦସ୍ୟ ଙ୍କୁ କୃତଜ୍ଞତା ରସହ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.