ମହିଳା ହିତାଧିକାରୀଙ୍କୁ ମାଡ ମାରିଲେ ରିଟେଲର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖାଉଟି ସାମଗ୍ରୀ ଆଣିବାକୁ ଯାଇଥିବା ମହିଳାଙ୍କୁ ରିଟେଲର ମାଡ ମାରିବାକୁ ନେଇ ବିଡିଓଙ୍କ ସମେତ ଥାନାରେ ଅଭିଯୋଗ । ଏମିତି ଘଟଣା ବାସୁଦେବପୁର ପଞ୍ଚାୟତ ସମିତି ଅଧିନ କିସ୍ମତ କୃଷ୍ନପୁର ପଞ୍ଚାୟତର ବୋଲି ଜାଣିବାକୁ ମିଳିଛି ।

ଅଭିଯୋଗ ମୁତାବକ, ଏହି ପଞ୍ଚାୟତର ଦଶ ନମ୍ବର ୱାର୍ଡର ସରସ୍ୱତୀ ଜେନା ନିଜର ଚାଉଳ ଆଣିବା ପାଇଁ ସ୍ଥାନୀୟ ରିଟେଲର ଭଗବାନ ବାରିକଙ୍କ ନିକଟକୁ ଶନିବାର ଅପରାହ୍ନ ଚାରିଟା ସମୟରେ ଯାଇଥିଲେ । ମାତ୍ର ପୁର୍ବରୁ ହୀତାଧିକାରୀମାନଙ୍କୁ ସଠିକ ଭାବରେ ଚାଉଳ ବଣ୍ଟନ କରୁନଥିବା ରିଟେଲର ଶ୍ରୀ ବାରିକ ରାସନ ସାମଗ୍ରୀ ନଦେଇ ଘଉଡାଇ ଦେଉଥିବା ବେଳେ ହଠାତ ମହିଳାଙ୍କୁ ଧକ୍କାମାରି ତଳେ ପକାଇ ଦେଇଥିଲେ ।

ଏହା ଦେଖି ଉପସ୍ଥିତ ଥିବା ଅନ୍ୟ ହୀତାଧିକାରୀମାନେ ବାରଣ କରିବାରୁ ସେମାନଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିଲେ ବୋଲି ନାଇକାଣିଡିହ ଥାନାରେ ଅଭିଯୋଗ ହୋଇଛି । ଏସଂପର୍କରେ ଆଜି ବାସୁଦେବପୁର ବିଡିଓ ସଞ୍ଜିବକୁମାର ସାହୁଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି କେତେଜଣ ହୀତାଧିକାରୀ । ଏନେଇ ବିଡିଓ କୁହନ୍ତି, ନୀରପେକ୍ଷ ତଦନ୍ତ କରାଯିବା ସହିତ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Leave A Reply

Your email address will not be published.