ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବାଲେଶ୍ଵର ଜିଲ୍ଲା ଜଳେଶ୍ବର ମ୍ଯୂନସିପାଲଟି ପରିସରରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଓଡ଼ିଆଭାଷା ସମ୍ମିଳନୀ ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମରେ ତିନି ଦିନ ଧରି ପାଳନ ହେଉଥିଲା |

ଆଜି ମ୍ଯୂନସିପାଲଟି ର ଅଧ୍ୟକ୍ଷ ପ୍ରତୀପ କୁମାର ପ୍ରଧାନ, ଉପାଧ୍ଯଖ୍ଯା ପୁଷ୍ପପ୍ରିୟା କାମିଳା, କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର,କବି, ଗାଳ୍ପିକ, ସାହିତ୍ୟିକ, ଶିଖ୍ଯାବିତ ଙ୍କ ସହ ସମସ୍ତ କାଉନସିଲର ମାନେ ଉପସ୍ଥିତ ରହି ଭାଷା ଅତୀତର ଅସ୍ତିତ୍ବ, ଭାଷାହିଁ ଭବିଷ୍ୟତ ଉପରେ ଆଲୋଚନା କରିଥିଲେ।

ଏଥିସହିତ ମ୍ଯୂନସିପାଲଟି ର ସମସ୍ତ ସ୍କୁଲ ର ପିଲା ମାନଙ୍କୁ ନେଇ ରଚନା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସେଥିମଧ୍ୟରୁ ତିନି ଜଣ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଛି। ତତସହିତ ମ୍ଯୂନସିପାଲଟି ରେ ଓଡିଆ ଭାଷାକୁ ନେଇ ସାଧନା ଜାରି ରଖିଥିବା ତିନି ଜଣ ସାହିତ୍ୟିକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

Leave A Reply

Your email address will not be published.