ବଡବିଲ ମେନରୋଡ ଅସୁରକ୍ଷିତ

ଅଟୋରେ ଆସିଲେ, ମାଡ ମାରି ଲୁଟିଲେ !

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି। ଏପରିକି ସହରର ମେନରୋଡରେ ମଧ୍ୟ ଦୁର୍ବୃତ୍ତ ମାନେ ଯାତ୍ରୀଙ୍କୁ ମାଡ ମାରି ଲୁଟ୍ କରୁଛନ୍ତି। ଯାହା ଏବେ ସମଗ୍ର ଖଣି ଅଞ୍ଚଳରେ ଭୟର ବାତାବରଣ ଖେଳାଇ ଦେଇଛି।

ଏହି ସିସିଟିଭି ଫୁଟେଜକୁ ଦେଖନ୍ତୁ। ସୂଚନାନୁସାରେ ଫେବୃଆରୀ ୪ ଭୋର୍ ପ୍ରାୟ ୩ଟା ବେଳେ ବଡବିଲର ଏକ ଖଣି କମ୍ପାନୀରେ କାର୍ଯ୍ୟରତ ଜଣେ ଅଧିକାରୀ ରାତ୍ରୀ ବସ ଯୋଗେ ଭୁବନେଶ୍ୱରରୁ ଆସି ବଡବିଲ ପୁରୁଣା ବସଷ୍ଟାଣ୍ଡରେ ଓହ୍ଲାଇ ଚାଲି ଚାଲି ନିଜ ଘରକୁ ଯାଉଥିବା ବେଳେ ବଡବିଲ ମେନରୋଡ ସ୍ଥିତ ହୋଟେଲ ସଙ୍ଗମ ନିକଟରେ ଚାରିଜଣ ଡକାୟତ ଏକ ଅଟୋରେ ଆସି ତାଙ୍କୁ ଆକ୍ରମଣ କରିଥିଲେ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ମୋବାଇଲ, ଲୁଟ୍ କରି ନେଇଥିଲେ।

ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏବାବଦରେ ବଡବିଲ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ୍ ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭିକୁ ଆଧାର କରି ତଦନ୍ତ ଚଳାଇଥିବା ଜଣା ପଡିଛି। ଅନ୍ୟପକ୍ଷରେ ବଡବିଲ ସହରର ମେନରୋଡରେ ଯଦି ଅସାମାଜିକ ଯୁବକ ଲୋକଙ୍କୁ ମାଡ ମାରି ଲୁଟ୍ କରୁଛନ୍ତି ହେଲେ ଗଳିକନ୍ଦିର ଅବସ୍ଥା କିପରି ଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Leave A Reply

Your email address will not be published.