ଦୁଇ ଭାଇ ମିଶି ନାବାଳକ ଶଳାକୁ କଲେ ହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଦୁଇ ଭାଇ ମିଶି ନାବାଳକ ଶଳାକୁ କଲେ ହତ୍ୟା | ଗତ ଜାନୁଆରୀ ୧୫ ତାରିଖରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ କୋହ୍ଲହୁଣ୍ଡୁଳା ଗାଁରେ ହୋଇଥିବା ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଯୋଡା ପୋଲିସ୍।

ଏହି ଜଘନ୍ୟ ହତ୍ୟାକାଣ୍ଡରେ ସଂପୃକ୍ତ କୋହ୍ଲହୁଣ୍ଡୁଳା ଗାଁର ୨ ଭାଇ ଗିରଫ ହୋଇଥିବା ବେଳେ ସେମାନେ ମୃତ ନାବାଳକ ଶୁକଦେବ ଲାଗୁରୀଙ୍କ ଭିଣୋଇ ରାମଜାନ ମୁଣ୍ଡା ଓ ଭାଇ ଜଙ୍କ ମୁଣ୍ଡା ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ରାମଜାନ ୪ ବର୍ଷ ତଳେ ମୃତ ଶୁକଦେବ ଲାଗୁରୀଙ୍କ ବଡ଼ ଭଊଣୀ ସୁକ୍ରୁମଣିକୁ ବିବାହ କରିଥିଲା। ମାତ୍ର ବର୍ଷକ ପରେ ସେ ସୁକ୍ରୁମଣିକୁ ଛାଡ଼ି ଦେଇଥିବାରୁ ଉଭୟ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା । ଗତ ୧୫ ତାରିଖ ସନ୍ଧ୍ୟାରେ ଶୁକଦେବ କୋହ୍ଲହୁଣ୍ଡୁଳା ଗାଁରେ ମକର ମେଳା ଦେଖିବାକୁ ଯାଇଥିଲାବେଳେ ସେଠାରେ ଭିଣୋଇ ରାମଜାନ ମୁଣ୍ଡାଙ୍କୁ ଭେଟି ଉଭୟ ଏକତ୍ର ହାଣ୍ଡିଆ ପିଇଥିଲେ ।

ତେବେ ରାମଜାନ ସୁକ୍ରୁମଣିକୁ ଛାଡ଼ିଦେବା ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାରୁ ରାମଜାନ ନିଜ ସାନଭାଇ ଜଙ୍କ ମୁଣ୍ଡାକୁ ଡାକିଥିଲା। ସେଠାରୁ ୨ ଭାଇ ମିଶି ଶୁକଦେବକୁ ପୋଲ ତଳକୁ ଡାକିନେଇ ନିସ୍ତୁକ ମାଡ଼ ମାରି ଚେତାଶୁନ୍ୟ ଅବସ୍ଥାରେ ଛାଡ଼ି ଚାଲି ଯାଇଥିଲେ । ହେଲେ ପୁଣି କିଛି ସମୟ ପରେ ସେମାନେ ସେଠାକୁ ଫେରି ଅମାନୁଷିକ ଭାବେ ପଥରରେ ଛେଚି ଶୁକଦେବକୁ ହତ୍ୟା କରିଥିଲେ ବୋଲି ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ପୋଲିସ ଏହି ଘଟଣାକୁ ଗୁରୁତରତାର ତଦନ୍ତ କରି ଅଭିଯୁକ୍ତ ଭିଣୋଇ ରାମଜାନକୁ କୋଇଡ଼ା ଓ ସାନଭାଇ ଜଙ୍କ ମୁଣ୍ଡାକୁ କୋହ୍ଲହୁଣ୍ଡୁଳାରୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି

Leave A Reply

Your email address will not be published.