ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ବ୍ଲକ ମାର୍ଶାଘାଇ, ଡେରାବିଶ ଗରଦପୁର ର ଲୁଣା କରାଣ୍ଡିଆ ଦ୍ବିପଅଞ୍ଚଲ ଅନ୍ତର୍ଗତ ନଦୀ କୁଳିଆ ବନ୍ଧ ରାସ୍ତା ର ପଥର ପ୍ୟାକେଜଙ୍ଗ ପାଇଂ ଛ କୋଟି ଟଙ୍କା ବିନିମୟ ରେ ପଥର ପ୍ୟାକେଜିଙ୍ଗ କାମ ଆରମ୍ଭ ପାଇଂ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି |

ପାଟକୁରା ବିଧାୟିକl ପ୍ରତିନିଧି ସଂଜୟ ଅଗ୍ରୱାଲ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତୁ | 2022 ମସିହା ରେ ଏହି ବନ୍ଧ ରାସ୍ତା ଟି ଧସେଇ ଯାଇଥିଲା | ପରେ ପାଟକୁରା ବିଧାୟିକl ସାବିତ୍ରୀ ଅଗ୍ରୱାଲ ଙ୍କ ଅନୁରୋଧ କ୍ରମେ ରାଜ୍ୟ ସରକାର ପଥର ପ୍ୟାକେଜିଙ୍ଗ କାମ ପାଇଂ ଅର୍ଥ ଅନୁମୋଦନ କରିଥିଲେ |

ତେର ଖଣ୍ଡ ଗ୍ରାମ କୁ କେନ୍ଦ୍ରାପଡ଼ା ସହର ରାସ୍ତା ସହ ସଂଯୋଗୀ କୃତ ଏହି ଏଗାର କିଲୋମିଟର ଦୀର୍ଘ ବିଶିଷ୍ଟ ନଦୀ ବନ୍ଧ ର ସୁରକ୍ଷା ଦୃଷ୍ଟି ରୁ ଯୁଦ୍ଧ କାଳୀନ ଭିତିରେ ପଥର ପ୍ୟାକେଜିଙ୍ଗ କାମ ଆରମ୍ଭ ହୋଇଛି | ତିନି ବ୍ଲକ ର ତେର ଖଣ୍ଡ ଖଣ୍ଡ ମୌଜା ର ପନ୍ଦର ହଜlର ଦ୍ବିପଅଞ୍ଚଳ ବାସି ଏହି କାର୍ଯ୍ୟ ଦ୍ୱାରା ଉପକୃତ ହେବେ |

Leave A Reply

Your email address will not be published.