ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ସଂଶୋଧନ ହେବ ୨୦୨୦ ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନ୍ । ଗୃହରେ ବିଜେଡି ବିଧାୟକ ଗଣେଶ୍ବର ବେହେରାଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଏନେଇ ବିଧାନସଭାରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂୂରଜ। ମନ୍ତ୍ରୀ କହିଛନ୍ତି ଯେ ପୁରୁଣା ଢାଞ୍ଚାକୁ ଫେରିବୁ, ସିନେଟ ବ୍ୟବସ୍ଥା ରହିବ।
ଏହାଦ୍ୱାରା ବିଶ୍ୱବିଦ୍ୟାଳୟର ସ୍ୱତନ୍ତ୍ରତା ବଜାୟ ରହିବ। ବିଶ୍ୱବିଦ୍ୟାଳୟଗୁଡିକୁ ନିଯୁକ୍ତି କ୍ଷମତା ଦିଆଯିବାକୁ ବିଚାର ଚାଲିଥିବା ମନ୍ତ୍ରୀ ଗୃହରେ କହିଛନ୍ତି। ୧୯୮୯ ବିଶ୍ୱବିଦ୍ୟାଳୟ ଆଇନକୁ ବିଜେଡି ସରକାର ୨୦୨୦ ନଭେମ୍ବରରେ ସଂଶୋଧନ କରିଥିଲେ। ଏବେ ଏହାକୁ ପୁଣି ସଂଶୋଧନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି। ୭୯ ଦିନିଆ ସରକାର ଖଲିକୋଟ ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେଇଛନ୍ତି ।
ଦୁର୍ଗମ ଅଞ୍ଚଳର ୧୮ଟି ବ୍ଲକରେ କଲେଜ ଗଠନ କରିଛନ୍ତି । ୧୮୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ସରକାରୀ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମିକୁ ମଜବୁତ ମରିବା ସହିତ ୧୫୦୦ ଅଧ୍ୟାପକ ଉକ୍ତ କଲେଜରେ ଯୋଜ ଦେବେ ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ଏଥିସହିତ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କୁ ମାଗଣା କୋଚିଂ ଯୋଗାଇବାର ପାଇଁ ମଧ୍ଯୋୟ ସରକାର ଯୋଜନା କରୁଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ।
Comments are closed.