ମହାନଦୀକୁ ଡେଇଁଲେ ନାବାଳିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମହାନଦୀକୁ ଡେଇଁପଡିଲେ ନାବାଳିକା। ବୌଦ୍ଧ ଜିଲା ମର୍ଜାକୁଦ ବ୍ରିଜରୁ ମହାନଦୀକୁ ଡେଇଁ ନାବାଳିକା ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିବା ସନ୍ଦେହ କରାଯାଉଛି। କିଛି ସମୟ ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।

ନାବାଳିକା ଜଣଙ୍କ ନବମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ସୂଚନା ମୁତାବକ, ଆଜି ସକାଳେ ନାବାଳିକା ଜଣଙ୍କ ମର୍ଜାକୁଦ ବ୍ରିଜ ଉପରେ ଚପଲ ରଖି ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିଲେ। ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକ ଏହା ଦେଖି ଜୋରରେ ଚିତ୍କାର କରିଥିଲେ। ନଦୀରେ ଥିବା ନାଉରିଆ  ଲୋକଙ୍କ ଚିତ୍କାର ଶୁଣି ନାବାଳିକାଙ୍କୁ ଉଦ୍ଧାର କରିବାକୁ ଖୋଜାଖୋଜି କରିଥିଲେ।

କିଛି ସମୟ ଧରି ଖୋଜାଖୋଜି କରିବା ପରେ ନାବାଳିକାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ପରେ ଆମ୍ବୂଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ନାବାଳିକା ଜଣଙ୍କ କାହିଁକି ମହାନଦୀକୁ ଡେଇଁ ପଡ଼ିଲେ, ଏହା ପଛରେ କ’ଣ କାରଣ ରହିଛି ତାହା ଜଣାପଡ଼ି ନାହିଁ। ଚିକିତ୍ସା ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ନାବାଳିକା କାହିଁକି ମହନଦୀକୁ ଡେଇଁଲେ ତାହାର କାରଣ ଜଣାପଡିନାହିଁ।

Leave A Reply

Your email address will not be published.