ବଦଳିଛି ପାଣିପାଗ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଫେବୃଆରୀ  ଆରମ୍ଭରୁ ଗରମ ଅସହ୍ୟ ହେବାକୁ ଲାଗିଲାଣି।  ଲୋକେ ଅନୁମାନ କରିବାକୁ ଲାଗିଲେଣି ଏଥର ତାପମାତ୍ରା ନିଶ୍ଚିତ ୫୦ ଡିଗ୍ରୀ ଉପରକୁ ଯିବ। ସାଧାରଣତଃ ଗ୍ରୀଷ୍ମ ଋତୁ ଆରମ୍ଭ ହେବା ମାତ୍ରେ ଅନେକ ରୋଗ ସୃଷ୍ଟି ହୁଏ। ତେବେ ପୁଣି କେତେକେ ଜାଗାରେ ହାଲୁକା ବର୍ଷା ହୋଇଛି । ଏଭଳି ପାଗ ଆସନ୍ତା ୩-୪ ଦିନ ରହିବ । ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ହାଲୁକା ବର୍ଷା ହୋଇପାରେ । ଆସନ୍ତା ୧୧ ତାରିଖରୁ ରାଜ୍ୟରେ ଗରମ ବଢ଼ିବ । କେତେକ ସ୍ଥାନରେ ୧୧ କିମ୍ବା ୧୨ ତାରିଖବେଳକୁ ଦିନ ତାପମାତ୍ରା ୩୮-୩୯ ଡିଗ୍ରୀ ସେଲସିୟସ୍‌ ଛୁଇଁପାରେ ।

ଉତ୍ତାପ ବୃଦ୍ଧି ହେତୁ ଚର୍ମରୁ ଆରମ୍ଭ କରି ବିଭିନ୍ନ ଶରୀର ଭିତରକୁ ଅନେକ ପ୍ରକାରର ସମସ୍ୟା ଉପୁଜେ। ଝାଡ଼ା, ବାନ୍ତି, ବଦହଜମୀ, ଲୁ, ଭଳି ଅନେକ ସମସ୍ୟାର ଆସେ। ଏଥିରୁ ରକ୍ଷା ପାଇବା ପାଇଁ ଆମେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁ। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ଅନେକ ଫ୍ରିଜ ପାଣି ପିଇଥାନ୍ତି ତ ଅନେକ କ୍ରମାଗତ ଭାବରେ ଏସିରେ ରହିଥାନ୍ତି। ଯେଉଁଥିପାଇଁ ସ୍ୱାସ୍ଥ୍ୟ ଉପରେ ଅଧିକ ଖରାପ ପ୍ରଭାବ ପଡିଥାଏ।

ତେବେ ଏମିତି କିଛି କୌଶଳ ଅଛି ଯାହାକୁ ଅ‍ଭ୍ୟାସରେ ପରିଣତ କଲେ ଗରମରୁ ରକ୍ଷା ମିଳିବା ସହିତ ଅନ୍ୟକୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ହେବ ନାହିଁ। ଭାରତୀୟ ଯୋଗ ପରମ୍ପରା ଅନୁସାରେ ଏମିତି କିଛି ଆସନ ଓ ପ୍ରାଣାୟାମ ଅଛି ଯାହାକୁ ଦୈନିନ୍ଦିନ ଜୀବନରେ ଆପଣେଇବା ଦ୍ୱାରା ଗରମର ପ୍ରଭାବ ଶରୀର ଉପରେ ପଡିବ ନାହିଁ।ଗ୍ରୀଷ୍ମ ଋତୁରେ, କିଛି ଆସନ, ଧ୍ୟାନ ଏବଂ ପ୍ରାଣାୟାମ କରି ନିଜକୁ ଥଣ୍ଡା ମଧ୍ୟ ରଖାଯାଇ ପାରିବ। ଆସନ୍ତୁ ସେସବୁ ବିଷୟରେ ଜାଣିନେବା।

Leave A Reply

Your email address will not be published.