ବିଶ୍ୱ ପ୍ରସିଦ୍ଧ ଘୋଷ ଯାତ୍ରା, ପୁରୀକୁ ଚାଲିବ ୧୫ ସ୍ପେଶାଲ ଟ୍ରେନ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।  ଆସନ୍ତା ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ବଡ ଭାଇ ବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ନବାଦିନାତ୍ମକ ଯାତ୍ରା କରିବେ ବ୍ରହ୍ମାଣ୍ଡ ଠାକୁର।  ପୂର୍ବତଟ ରେଳପଥ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପୁରୀକୁ ୧୫ଟି ସ୍ପେଶାଲ ଟ୍ରେନ୍‌ ଚଳାଚଳ ଲାଗି ବ୍ୟବସ୍ଥା କରାଯାଇଛି। ୦୮୯୦୭ ପାରାଦୀପ-ପୁରୀ ସ୍ପେଶାଲ, ୦୮୦୧୯ ଅନୁଗୋଳ-ପୁରୀ ସ୍ପେଶାଲ, ୦୮୦୪୧ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୩୩ ଖୋର୍ଦ୍ଧାରୋଡ୍‌-ପୁରୀ ସ୍ପେଶାଲ, ୦୮୦୫୧ ନୂଆଗାଁ ରୋଡ୍‌-ପୁରୀ ସ୍ପେଶାଲ, ୦୮୦୨୧ ଅନୁଗୋଳ-ପୁରୀ ସ୍ପେଶାଲ, ୦୮୦୪୩ ଭଦ୍ରକ-ପୁରୀ ସ୍ପେଶାଲ, ୦୮୦୨୩ ବ୍ରହ୍ମପୁର-ପୁରୀ ସ୍ପେଶାଲ, ୦୮୯୦୯ ପାରାଦୀପ-ପୁରୀ ସ୍ପେଶାଲ, ୦୮୫୪୯ ପଲାସା-ପୁରୀ ସ୍ପେଶାଲ, ୦୮୦୪୫ କେନ୍ଦୁଝରଗଡ଼-ପୁରୀ ସ୍ପେଶାଲ, ୦୮୦୨୯ ଗୁଣୁପୁର-ପୁରୀ ସ୍ପେଶାଲ, ୦୮୯୧୧ ଯାଜପୁର କେନ୍ଦୁଝର ରୋଡ୍‌-ପୁରୀ ସ୍ପେଶାଲ, ୦୮୦୨୫ ବ୍ରହ୍ମପୁର-ପୁରୀ ସ୍ପେଶାଲ ଓ ୦୮୦୩୭ ଖୋର୍ଦ୍ଧାରୋଡ୍‌-ପୁରୀ ସ୍ପେଶାଲ ଟ୍ରେନ୍‌ ନିଜ ଗନ୍ତବ୍ୟ ସ୍ଥାନରୁ ପୁରୀ ଅଭିମୁଖେ ଯାତ୍ରା କରିବ।

ଅନ୍ୟପଟେ ବୀ ସୁଭଦ୍ରାଙ୍କ ରଥ ଦର୍ପଦଳନର ଅଖରେ ଦେଖିବାକୁ ମିଳିଛି ଫାଟ। ରଥର ଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି। ଫାଟକୁ ଲୁଚେଇବା ପାଇଁ ମହାରଣାମାନେ ବଟମ୍ ପ୍ୟାକିଂ କରି କ୍ଲାମ୍ପ ଫିଟିଂ କରିଛନ୍ତି। ତଥାପି ଅଖଟି ଦୁର୍ବଳ ଥିବା ଜଣାପଡ଼ିଛି। ତେଣୁ କୌଣସି ଅଘଟଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଏତେ ବଡ଼ ତ୍ରୁଟିକୁ କିଏ ଓ କାହିଁକି ଲୁଚେଇଲା, ତାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି

Leave A Reply

Your email address will not be published.