ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା: ସାମ୍ନାକୁ ଆସିଲ ଶେଷ ଚିଠି, ପଢନ୍ତୁ କଣ ଲେଖାଯାଇଛି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ଅପହରଣ ଓ ହତ୍ୟା ମାମଲାର ନୂଆ ମୋଡ ନେଇଛି। ଲେଡି କେୟାରଟେକରଙ୍କ ବିସ୍ଫୋରକ ବୟାନ ସାମ୍ନାକୁ ଆସିଛି। ହତ୍ଯା ପୂର୍ବରୁ ମାନସ ଲେଖିଥିଲେ ୩ ପୃଷ୍ଠାର ଚିଠି। ଏହି ଚିଠିରେ ତାଙ୍କୁ ଦିଆଯାଉଥିବା ନିର୍ଯାତନା ଓ କୋହଭରା କଥା ଲେଖିଥିଲେ। ସେ ଚିଠିକୁ ଲେଡି କେୟାର ଟେକର ପାଇଥିବା କହିଛନ୍ତି। ବନ୍ଦଘରର ନିର୍ଯାତନା ଚିଠିରେ ଲେଖିଥିଲେ ମାନସ। ପାପୀଙ୍କ ହାତରେ ମୃତଦେହ ନ ଦେବାକୁ ଲେଖିଥିଲେ। ଘରଲୋକଙ୍କୁ ମୃତଦେହ ଦେବା ନେଇ ଚିଠିରେ ଉଲ୍ଲେଖ ଥିବା କଥା କହିଛନ୍ତି ଲେଡି କେୟାର ଟେକର। ହତ୍ଯା ପୂର୍ବରୁ ଲେଖା ପାଇଥିଲେ ଦୟାଲ ଆଶ୍ରମର କେୟାରଟେକର। କେୟାରଟେକର ଝାଡୁ ବେଳେ ଏହି ଚିଠି ପାଇଥିଲେ। ଚିଠି ପାଇବା ପରେ ଶର୍ମିଷ୍ଠାଙ୍କୁ ଉକ୍ତ ଚିଠିକୁ କେୟାର ଟେକର ଦେଇଥିଲେ। ତେବେ କୁଆଡେ ଗଲା ମାନସଙ୍କ ହତ ଲେଖା ଚିଠି। ମାନସଙ୍କ ଶେଷ ଚିଠି ଆଧାରରେ ହେବ ଖୋଳତାଡ ବୋଲି ଜଣାପଡ଼ିଛି।

ଅନ୍ୟ ପଟେ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ । ଚିପ୍‌ ଗୁମର ଖୋଲିଛନ୍ତି ମୃତ ମାନସଙ୍କ ସହଯୋଗୀ ।ଚିପ୍‌ରେ ଥିବା ଭିଡ଼ିଓ ପାଇଁ ମାନସଙ୍କୁ କରାଯାଇଥିବା କଳିଙ୍ଗ ଟିଭିକୁ କହିଛନ୍ତି ।  ଜାନୁଆରୀ ୨୯ ତାରିଖରେ ପୁରୀ ସିବିଚ୍‌ରେ  ଫିଲ୍ମର ସୁଟିଂ ହୋଇଥିଲା । ହିରୋ ଥିଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପୂର୍ବତନ ଟେକ୍ନିକାଲ୍‌ ଡାଇରେକ୍ଟର ନିରଞ୍ଜନ ସେଠୀ । ମୁଭିରେ ୨ ଯୁବତୀ ବି ଅଭିନୟ କରୁଥିଲେ । ଗାଧୁଆ ବେଳର ଦୃଶ୍ୟ ଉତ୍ତୋଳନ ବିବାଦରୁ ମର୍ଡର ହୋଇଥିବା ମାନସଙ୍କ ସହଯୋଗୀ କହିଛନ୍ତି । ୪ରୁ ୫ ମାସର ଦରମା ଓ କ୍ୟାମେରା ଫେରାଇ ଦେଲେ ଚିପ୍‌ ଫେରାଇ ଦେବେ ବୋଲି ମାନସ ତାଙ୍କ ସହଯୋଗୀଙ୍କୁ ଫୋନ କରି କହିଥିଲେ ।

ଏପଟେ ଅପହରଣ ପୂର୍ବ ରାତିରୁ ୩ ଜଣ ପୁରୁଷ ଓ ଦୁଇ ଜଣ ମହିଳା କାର୍‌ରେ ମତୋ ଫାଣ୍ଡି ପଳାସପୁର ଆସିଥିଲେ । ଏଠାରେ ରାତି ୧୧ଟାରୁ ଭୋର ପର୍ଯ୍ୟନ୍ତ ଥିଲେ ଅପହରଣକାରୀ । ୭ ତାରିଖ ଦିନ ପଳାସପୁରରେ ମାନସଙ୍କୁ ମାଡ଼ ମାରି ଜୋରଜବରଦସ୍ତ କାର୍‌ରେ ଟେକିନେଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟପଟେ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠାଙ୍କୁ ଏଯାଏ ଠାବ କରାଯାଇପାରିନାହିଁ । କ୍ରାଇମବ୍ରାଞ୍ଚର ଗୋଟିଏ ଟିମ୍‌ ଭଦ୍ରକରେ ତଦନ୍ତ ଆରମ୍ଭ କରିଥିବାବେଳେ ଅନ୍ୟ ଏକ ଟିମ୍‌ ଶର୍ମିଷ୍ଠାଙ୍କୁ ଧରିବା ପାଇଁ ରାଜ୍ୟ ବାହାରକୁ ଯାଇଛି। ଆଜି ଦ୍ୱିତୀୟ ଦିନରେ ବି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି

Leave A Reply

Your email address will not be published.