ରାଜ୍ୟରେ କମିବ ତାତି

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ କମିବ ତାତି |  ପଶ୍ଚିମା ଝଡ ପ୍ରଭାବରେ ତାତିରେ ସାମାନ୍ୟ ବିରାମ ଲାଗିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ଯାଜପୁରରେ ହାଲୁକା ବର୍ଷା ସମ୍ଭାବନା ଅଛି । ୭ ଓ ୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ରାଜ୍ୟର ୬ଟି ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡିର ତାତି ସର୍ବାଧିକ ୩୭ ଡିଗ୍ରୀ ରହିଛି । ମାଲକାନଗିରିର ୩୬.୯, ବଲାଙ୍ଗୀରର ୩୬.୮, ଟିଟିଲାଗଡ଼ର ୩୬.୫, ଅନୁଗୁଳ ଓ ସୋନପୁରର ୩୬.୧ ଓ ବୌଦ୍ଧରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଦୀର୍ଘ ୮ ଦିନ ପରେ ରାଜଧାନୀର ତାତି ପୁଣି ୩୬ ଡିଗ୍ରୀ ପାର୍‌ କରିଛି । ରାଜଧାନୀରେ ରବିବାର ଦିନ ତାପମାତ୍ରା ୩୬.୮ଡିଗ୍ରୀ ରେକର୍ଡ ହୋଇଛି । ୧୧ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବରଗଡ, ସମ୍ବଲପୁର, ଦେଓଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଅନୁଗୋଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ଆସନ୍ତାକାଲି ପାଇଁ ସୁନ୍ଦରଗଡ଼, କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ଯାଜପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିନ୍ତୁ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରେ ବ୍ରେକ୍ ଲାଗିବ ନାହିଁ। । ରବିବାର  ୩୭ଡିଗ୍ରୀ ସହ ମାଲକାନଗିରି ସବୁଠୁ ଉତ୍ତପ୍ତ ସହର ଥିଲା।

Leave A Reply

Your email address will not be published.