ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ, କିନ୍ତୁ ବିକଳ୍ପ ପନ୍ଥା ଆପଣାଇଛି ବିଜେଡ଼ି

0

ଚଳିତ ବର୍ଷ ହେବ ନାହିଁ ମହାବିଦ୍ୟାଳୟ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ। ନିବାର୍ଚନ ହେବା ଦ୍ବାରା ବିଭିନ୍ନ କଲେଜର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହିଂସାତ୍ମକ ଘଟଣା ଦେଖିବାକୁ ମିଳୁଥିବା ବେଳେ ଶୈଖିକ ବାତାବରଣ ନଷ୍ଟ ହେଉଛି।ଯାହା ଦ୍ୱାରାକି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ହେଇଯାଉଚି। ତେଣୁ ଏ ନେଇ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ହେବା ଉପରେ କଟକଣା ଲଗାଇଛନ୍ତି।କିନ୍ତୁ ଛାତ୍ର ନେତା ଗଠନ କରିବା ନିମନ୍ତେ ବିଜେଡ଼ି ଏକ ବିକଳ୍ପ ପନ୍ଥା ହାତକୁ ନେଇଛି। ପ୍ରତ୍ୟକ କଲେଜ କମ୍ପାସ ରେ ଛାତ୍ର ପ୍ରତିନିଧି ତିଆରି କରି କଲେଜର ବିଭିନ୍ନ ସମସ୍ୟାର ସମାଧାନ ତଥା ଛାତ୍ର ଛାତ୍ରୀଙ୍କୁ ସେବା ଯୋଗାଇବା ପାଇଁ ପ୍ରତ୍ୟେକ କଲେଜରେ କ୍ୟାମ୍ପସ କମିଟି ଗଠନ କରାଯାଇଛି। ଏହି ଅବସରରେ ଆଜି କଟକ ସ୍ଥିତ ସର୍କିଟ ହାଉସ ଠାରେ ବିଜୁ ଜନତଦଳ ପକ୍ଷରୁ ଏକ କମିଟି ଘୋଷଣା କରାଯାଇଛି।

ଚୌଦ୍ୱାର କଟକ ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପୌରହିତ୍ୟରେ ଏହି ନିର୍ବାଚନ ମଣ୍ଡଳୀର ୬ଟି କଲେଜର କ୍ୟାମ୍ପସ କମିଟି କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା। ମୁଖ୍ୟ ଅତିଥିଭାବେ ଛାତ୍ର ବିଜେଡ଼ି ସଭାପତି ଦେବିରଞ୍ଜନ ତ୍ରିପାଠୀ ଯୋଗ ଦେଇ ଏହା ମୁଖ୍ୟ ମନ୍ତ୍ରୀଙ୍କର ଦୂର ଦୃଷ୍ଟି ସମ୍ପନ୍ନ ବଳିଷ୍ଠ ପଦକ୍ଷେପ ବୋଲି କହିଥିଲେ। ଛାତ୍ର ଛାତ୍ରୀ ମାନେ କଲେଜ୍ ରେ ପ୍ରତେଖ୍ୟ ନିର୍ବାଚନ ପାଇଁ ନିଜର ଭବିଷ୍ୟତକୁ ନଷ୍ଟ ନ କରି ଅଧ୍ୟୟନ ଉପରେ ଗୁରୁତ୍ବ ଦେବାକୁ ସେ ପରାମର୍ଶ ଦେଇଥିଲେ।ଏହି ପରିପେଖିରେ କଟକ ଜିଲ୍ଲାର ଚୌଦ୍ୱାର ମହାବିଦ୍ୟାଳୟ, ଜେକେ ବିକେ ମହାବିଦ୍ୟାଳୟ,ମଧୁସୂଦନ ଆଇନ ମହାବିଦ୍ୟାଳୟ, ଜଗତପୁର ସ୍ଥିତ ଲକ୍ଷ୍ମୀ ନାରାୟଣ ସାହୁ ମହାବିଦ୍ୟାଳୟ, ରେଭେନ୍ସା ୟୁନିଭର୍ସିଟି , କଟକ ମହାବିଦ୍ୟାଳୟ ଆଦି ୬ଟି ମହାବିଦ୍ୟାଳୟ ମାନଙ୍କର ସମସ୍ତ କର୍ମକର୍ତଙ୍କ ନାମ ଘୋଷଣା କରାଯାଇଛି।

Leave A Reply

Your email address will not be published.