ସାରା ରାଜ୍ୟରେ ବଢିବ ତାତିର ପ୍ରକୋପ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଓଡ଼ିଶାରେ ବଢିବା ତାତି | ସାରା ରାଜ୍ୟରେ ବଢିବ ତାତିର ପ୍ରକୋପ । ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ଆଂଚଳିର ପାଣିପାଗ କେନ୍ଦ୍ର । ୩ ରୁ ୪ ଦିନ ପରେ ଅନେକ ସ୍ଥାନରେ ସ୍ୱାଭାବିକ ଠାରୁ ପ୍ରାୟ ୪ ଡିଗ୍ରୀ ଉପକୁ ଉଠିପାରେ ପାରଦ ।ଫଳରେ ତାତି ପ୍ରବଳ ହେବ । ଏମିତିକି ଖରାରେ ଲୋକମାନେ ଆଉଟୁପାଉଟୁ ହେବେ । ଆଗାମୀ ୪ ଦିନ ଯାଏଁ ତାପମାତ୍ରାରେ ସେଭଳି କିଛି ପରବର୍ତନ ହେବନି । ତେବେ ୩,୪ ଦିନ ପରେ ପାଣିପାଗ ପରିବର୍ତ୍ତନ ହେବ ବୋଲି ସୂଚାଇଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ, ଉପକୂଳ ବଙ୍ଗୋପସାଗରରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ପ୍ରଭାବରେ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟକୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଏହି ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ଉତ୍ତପ୍ତ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସି କିଛି ସ୍ଥାନରେ ମେଘୁଆ ପାଗ ସହ ହାଲୁକା ବର୍ଷା ମଧ୍ୟ ହେଉଛି। ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଦିନ ଓ ରାତିର ତାପମାତ୍ରାରେ ବିଶେଷ ପରିବ‌ର୍ତ୍ତନ ହେବାର ସମ୍ଭାବନା ନାହିଁ। ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଏବେ ରାତିର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଥିବା ବେଳେ ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକ ନ ହେଲେ କିଛି ସ୍ଥାନରେ ସାମାନ୍ୟ ଅଧିକ ରହୁଛି। ୫ ଦିନ ପର୍ଯ୍ୟନ୍ତ ପାଗରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି ଆଞ୍ଚଳିକ ପାଣିପାଗ ‌ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଉମାଶଙ୍କର ଦାଶ କହିଛନ୍ତି। ଆଜି ଦିନ ସମୟରେ ରାଜ୍ୟର ୧୧ଟି ସହରର ତାପମାତ୍ରା ୩୬ ଡିଗ୍ରି କିମ୍ବା ତା’ଠାରୁ ଅଧିକ ରେକର୍ଡ କରାଯାଇଛି।

Leave A Reply

Your email address will not be published.