ଏଥର ବର୍ଷକୁ ଦୁଇ ଥର ବୋର୍ଡ଼ ପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଏଥର ବର୍ଷକୁ ଦୁଇ ଥର ବୋର୍ଡ଼ ପରୀକ୍ଷା | ପରିବର୍ତ୍ତନ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ | ଆସନ୍ତା ୨୦୨୪-୨୫ ଶିକ୍ଷାବର୍ଷରୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୨ଟି ଥର ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ନୁହେଁ । ପରୀକ୍ଷା ଚାପରୁ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ସିବିଏସ୍‌ଇ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ୨ଟି ବୋର୍ଡ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀଙ୍କ ଶ୍ରେଷ୍ଠ ପ୍ରଦର୍ଶନରୁ ଚୂଡ଼ାନ୍ତ ମାର୍କ ନିର୍ଦ୍ଧାରଣ କରାଯିବ । ଶ୍ରୀ ପ୍ରଧାନ କହିଛନ୍ତି, ପ୍ରତିବର୍ଷ ଜେଇଇ ହେଉ କି ନିଟ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ବୋର୍ଡ ପରୀକ୍ଷା ଦେବାକୁ ପଡୁଥିଲା । ଫଳରେ ଯେଉଁମାନେ ଇଞ୍ଜିନିୟରିଂ ଓ ମେଡିକାଲ୍‌ରେ ପଢ଼ିବା ପାଇଁ ପ୍ରାଥମିକତା ଦେଉଥିଲେ ସେମାନେ ଜାଣତ କିମ୍ବା ଅଜାଣତରେ ବୋର୍ଡ ପରୀକ୍ଷା ପାଇଁ ଅବହେଳା କରୁଥିଲେ । ଫଳରେ ମାର୍କ କମୁଥିଲା । ଭଲ ଶିକ୍ଷାର୍ଥୀ ମଧ୍ୟ ବୋର୍ଡ ପରୀକ୍ଷା ପାଇଁ ଚାପରେ ରହୁଥିଲେ ।

ଜାତୀୟ ଶିକ୍ଷା ନୀତି ଅନୁଯାୟୀ, ଏହି ସବୁ ସ୍ଥିତିକୁ ଦେଖି ପ୍ରତିବର୍ଷ ଶିକ୍ଷାର୍ଥୀଙ୍କୁ ୨ଟି ବୋର୍ଡ ପରୀକ୍ଷା ଦେବାର ଅବସର ମିଳିବ । ଏହା ପିଲାଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ । ଏହା ଦ୍ୱାରା ଛାତ୍ର ଚାପରୁ ମୁକ୍ତ ହେବ । ଫଳରେ ବୋର୍ଡ ପରୀକ୍ଷା ପରୀକ୍ଷା ସହ ଅନ୍ୟ ପରୀକ୍ଷାରେ ପ୍ରସ୍ତୁତ ପାଇଁ ସୁଯୋଗ ମିଳିବ। ତେଣୁ କେନ୍ଦ୍ର ସରକାର ଶିକ୍ଷାର୍ଥୀଙ୍କ ମଙ୍ଗଳକୁ ଦୃଷ୍ଟି ରଖି ସିବିଏସ୍‌ଇକୁ ଏପରି ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଶିକ୍ଷା ବର୍ଷରୁ ଏହି ନିୟମ ଲାଗୁ କରାଯିବ । କ୍ରମଶଃ ରାଜ୍ୟ ବୋର୍ଡମାନେ ମଧ୍ୟ ଏହାକୁ ଆପଣାଇବେ ।

Leave A Reply

Your email address will not be published.