ରାମଙ୍କ ପ୍ରାଣପ୍ରତିଷ୍ଠା ପରେ ପରିବେଷଣ ହେବ ୫୬ ଭୋଗ ପ୍ରସାଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅଯୋଧ୍ୟା ରାମମନ୍ଦିରରେ ଭଗବାନ ରାମଙ୍କ ପ୍ରାଣପ୍ରତିଷ୍ଠା ଦିନ ଜାନୁଆରି ୨୨କୁ ସାରା ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଭଗବାନଙ୍କୁ ପୂଜା କରିବା ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ସଂଗ୍ରହ କରାଯାଉଛି । ଏହା ପରେ, ଭଗବାନଙ୍କୁ ଖାଦ୍ୟ ଅର୍ପଣ କରିବାକୁ ପ୍ରସ୍ତୁତି କରାଯିବ। ରାମଲଲାଙ୍କ ପ୍ରିୟ ଜିନିଷ ଗୁଡ଼ିକର ଭୋଗ ପ୍ରସାଦ ପାଇଁ ପ୍ରସ୍ତୁତ ହୋଇସାରିଛି । ପ୍ରାଣ ପ୍ରତିଷ୍ଠା ପରେ ହିଁ ପ୍ରଭୁଙ୍କୁ ୫୬ଟି ବ୍ୟଞ୍ଜନର ଭୋଗ ଅର୍ପଣ କରାଯିବ ।

ଏଥିରେ ଅନ୍ତର୍ଭୁକ୍ତ ସମସ୍ତ ଜିନିଷ ଭଗବାନ ଶ୍ରୀ ରାମଙ୍କ ଅତ୍ୟନ୍ତ ପ୍ରିୟ । ଲୋକମାନେ ମଧ୍ୟ ଘରେ ଇଶ୍ବରଙ୍କ ପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ତାଙ୍କୁ ଉତ୍ସର୍ଗ କରିବାକୁ ଚାହାଁନ୍ତି, କିନ୍ତୁ ସେମାନେ ତାଙ୍କ ପ୍ରିୟ ବ୍ୟଞ୍ଜନ ବିଷୟରେ ଅବଗତ ନୁହଁନ୍ତି । ସେଥିପାଇଁ ଆମେ କହୁଛୁ ୫୬ ଭୋଗ କ’ଣ? ଏଥିରେ କଣ କଣ ବ୍ୟଞ୍ଜନ ସାମିଲ କରାଯାଇଛି।

ପ୍ରଭୁଙ୍କ ଛପନ ଭୋଗର ଥାଳିରେ ଭକ୍ତଙ୍କର ଭାତ, ପ୍ରଲେହ ଚଟନି, ସାଦିକା କଡି, ସୁପ୍ ଡାଲ୍, ଦଦିଶା କଜା ଦହି କଡି, ଅବଲେହ, ଶରବତ୍, ବାଳକା, ବଟି, ଇକ୍ଷୁ ଖୋରିନି, ମୁରବା, ତ୍ରିକୋଣ, ଶର୍କରା ୟୁକ୍ତ, ବଟକ ବଡା, ମଧୁ ଶୀଷର୍କ ମଠରୀ , ସ୍ଥୁଲି ଥୁଲି, କର୍ପୁରନାଡି ଲଙ୍ଗପୁରୀ, ଖଣ୍ଡ ମଣ୍ଡଳ ଖୁରମା, ଗୋଧୁମ ଦଲିଆ, ପରିଖା ସୁଫଲାଧୟା ପାନମଧୁରୀ ଯୁକ୍ତ , ଦଧିରୂପ ବିଲସାରୁ, ମୋଦକ୍ ଲଡୁ, ଶାକସାଗ, ଶିଖରିଣୀ ଶିଖରନ୍, ଫେନିକା ଫେନି, ପ୍ୟାରୀଶଚକ ପୁରି, ସତପତ୍ର ଖଜଲା , ସାଧିଦ୍ରକ ଧେବର, ଚକ୍ରରମ୍ ମାଲପୁଆ, ଚିଲ୍ଡକା ଚୋଲା, ବାୟାପୁର ରସଗୁଲା, ଚନ୍ଦ୍ରକାଲା ପାଗି ହୁଇ, ଦଧି ମହାରାୟତା , ଗୋଗୃତ ହାୟାଙ୍ଗପିନ୍ନାମ୍ ମଖନ, ମାଣ୍ଡୁରୀ ମଲାଇ, କୁପିକା ପପଟ ପାପଡ, ଶକ୍ତିକା ସିରା, ଲସିକା ଲାସି, ସୁବତ, ଫଳ, ତାମ୍ବୁଲ, ମୋହନ ଭୋଗ, ଲବଣ, କଷାୟ, ମଧୁର , ତିକତ, କଟୁ, ଅମ୍ଳ, ମଣ୍ଡକା ମୋଠ, ପାୟସ ଖିରି, ଦଧି ଦହି, ସୁଫଳା ସୁପାରୀ ସିତା ଇଲାୟିଚି ସାମିଲ ଅଛି।ଏହି ସମସ୍ତ ୫୬ ଭୋଗ ଭଗବାନ ଶ୍ରୀ ରାମଙ୍କ ଥାଳିରେ ପରିବେଷଣ କରାଯିବ । ପ୍ରାଣ ପ୍ରତିଷ୍ଠା ପରେ ସମସ୍ତ ପ୍ରିୟ ଖାଦ୍ୟ ପ୍ରଭୁଙ୍କୁ ଅର୍ପଣ କରାଯିବ । ଏଥିରେ ବିଭିନ୍ନ ପ୍ରକାରର ଜିନିଷର ସ୍ୱାଦ ରହିବ ।

Leave A Reply

Your email address will not be published.