ସବୁ ପ୍ରତିକ୍ଷାର ଅନ୍ତ; ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସବୁ ପ୍ରତିକ୍ଷାର ଘଟିବ ଅନ୍ତ, ସବୁ ସ୍ୱପ୍ନ ହେବ ସାକାର , ଯାହାକୁ ଦେଖିବ ଏହି ନେତ୍ର, ଯାହା ଚାହୁଁଥିଲା ଏହି ମନ ତାହା ପୂରଣ ହେବ । ଆଉ ଅପେକ୍ଷା ମାତ୍ର କିଛି ଘଣ୍ଟାର ଅପେକ୍ଷା, ରାମଲାଲା ନିଜ ଜନ୍ମସ୍ଥାନକୁ ଫେରିବେ । ସଜେଇ ହୋଇଛି ଅଯୋଧ୍ୟ, ଦେଶରୁ ବିଦେଶ ସବୁଠି ରାମମୟ । ରାମଭକ୍ତଙ୍କ ପାଇଁ ଉପନୀତ ହୋଇଛି ଦିବ୍ୟ ମୁହୂର୍ତ୍ତ । ୫୦୦ ବର୍ଷର ତପ ଫଳବତୀ ହେବାକୁ ଯାଉଛି । ପ୍ରଭୁ ନିଜ ଜନ୍ମଭୂମିରେ ଦିବ୍ୟ ତଥା ଅଲୌକିକ ମନ୍ଦିରରେ ବିରାଜମାନ ହେବେ ।ସୋମବାର ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଲଲାଙ୍କ ବିଗ୍ରହର ହେବ ପ୍ରାଣ ପ୍ରତିଷ୍ଠା ।

ଅପରାହ୍ନ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠାର ମୁହୂର୍ତ୍ତ ରହିଛି । ତେବେ ମାତ୍ର ୮୪ ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ହିଁ ରାମଲଲା ବିରାଜମାନ କରିବେ । ତାହା ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ସମାରୋହର ଷଷ୍ଠ ଦିନରେ ରାମଲଲାଙ୍କୁ ୧୨୧ କଳସ ଜଳରେ ସ୍ନାନ କରାଯାଇଛି । ସ୍ୱତନ୍ତ୍ର ପୂଜା ହୋଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯଜମାନିରେ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜନ ହେବ । ସେ ସୋମବାର ସକାଳ ୧୦ଟା ୨୫ରେ ପ୍ରଥମେ ଅଯୋଧ୍ୟା ବିମାନବନ୍ଦରରେ ପହଞ୍ଚିବେ । ୧୦ଟା ୫୫ରେ ରାମ ଜନ୍ମଭୂମିରେ ପହଞ୍ଚିବେ । ଅପରାହ୍ଣ ୧୨ଟା ୨୦ରୁ ୧ଟା ପର୍ଯ୍ୟନ୍ତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେ । ଏହାପରେ ଅପରାହ୍ଣ ୧ଟାରେ ସଭାକୁ ସମ୍ବୋଧନ କରିବେ ।

ଅପରାହ୍ନ ୨ଟା ୧୦ରେ କୁବେର ଟିଲା ଦର୍ଶନ କରି ଦିଲ୍ଲୀ ଫେରିଯିବେ । ଅଯୋଧ୍ୟାରେ ସେ ପ୍ରାୟ ୪ ଘଣ୍ଟା ବିତାଇବେ ।ମନ୍ଦିରରେ ସକାଳ ୧୦ଟାରେ ମଙ୍ଗଳଧ୍ୱନିର ଭବ୍ୟ ବାଦନ ବାଜିବ । ୨ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପିବ ମନ୍ଦିର ପରିସର । ୧୦ଟା ୩୦ ସୁଦ୍ଧା ପରିସରକୁ ଅତିଥିମାନେ ପ୍ରବେଶ କରିବେ । ଟ୍ରଷ୍ଟ ଦ୍ୱାରା ଜାରି ଏଣ୍ଟ୍ରି ପାସ୍‌ ଦେଖାଇ ସେମାନେ ଭିତରକୁ ଯିବେ । ପ୍ରାଣ ପ୍ରତିଷ୍ଠା ପାଇଁ ନ୍ୟୂନତମ ବିଧି-ଅନୁଷ୍ଠାନ ରଖାଯାଇଛି ।

ଅନ୍ୟପଟେ ସ୍ୱର୍ଗପୁରୀ ପାଲଟିଛି ଅଯୋଧ୍ୟା ରାମମନ୍ଦିର ପରିସର । ଅଧଘଣ୍ଟାର ମାହେନ୍ଦ୍ର ବେଳା, ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ରେ ରାମଲାଲାଙ୍କ ବିଗ୍ରହରେ ହେବ ପ୍ରାଣ ପ୍ରତିଷ୍ଠା । ସକାଳ ୧୦ଟାରୁ ଆରମ୍ଭ ହେବ ମଙ୍ଗଳ ଧ୍ୱନି । ଶ୍ରୀରାମଙ୍କୁ ୫୬ ପ୍ରକାର ଭୋଗ ଲାଗିହେବ ବୋଲି ଜଣା ପଡ଼ିଛି ।

Leave A Reply

Your email address will not be published.