ଆଣ୍ଡାମାନରେ ଭୂକମ୍ପ ଝଟକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଣ୍ଡାମାନରେ ଭୂକମ୍ପ ଝଟକା | ଶନିବାର ସକାଳୁ ଥରି ଉଠିଲା ଏହି କେନ୍ଦ୍ର ଶାସିତ ଅଞ୍ଚଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଥିଲା ।

ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁଯାୟୀ, ଶନିବାର ସକାଳ ପ୍ରାୟ ୭ଟା ୬ ମିନିଟରେ ଝଟକା ଲାଗିଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳି ୯.୯୭ ଡିଗ୍ରି ଦ୍ରାଘିମା ଏବଂ ୯୩.୫୪ ଡିଗ୍ରି ଅକ୍ଷାଂଶରେ ରହିଛି । ଭୂପୃଷ୍ଠରୁ ପ୍ରାୟ ୧୧ କିଲୋମିଟର ଗଭୀରତାରେ ରହିଛି । ଏହାର ତିବ୍ରତା ୪.୪ ରହିଛି ।

ଏହା ପୂର୍ବରୁ ଜାନୁଆରୀ ୧୦ ତାରିଖରେ ଆଣ୍ଡାମାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଥିଲା । ସକାଳ ପ୍ରାୟ ୭ଟା ୫୩ ମିନିଟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳି ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀତାରେ ରହିଥିଲା ।

Leave A Reply

Your email address will not be published.