ନୂତନ ନିର୍ମିତ ପୋଲତଳେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂତନ ନିର୍ମିତ ପୋଲତଳେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର | ଆଜି ସକାଳୁ ସକାଳୁ କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅନ୍ତର୍ଗତ ଆର୍ୟା ପ୍ଲାଣ୍ଟ ନିକଟସ୍ଥ କାରୋ ନଦୀ ପୋଲ ତଳେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ଜଣା ପଡିଛି।

ମୃତକ ଜଣକ ଯୋଡା ଅଞ୍ଚଳର ଝାଡେଶ୍ୱର ସାହୁ ବୋଲି ଚିହ୍ନଟ ହୋଇଥିବା ବେଳେ ବଲାଣି ଅଞ୍ଚଳରେ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ସୂଚନାନୁସାରେ ଆଜି ସକାଳୁ ବ୍ୟକ୍ତିଙ୍କ ମୃତଦେହ ପୋଲ ତଳେ ଝୁଲନ୍ତାବସ୍ତାରେ ଦେଖି ସ୍ଥାନୀୟ ଲୋକେ ବଲାଣି ପୋଲିସକୁ ଖବର ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତକଙ୍କ ପରିବାର ସହ ସମ୍ପର୍କ କରିଥିଲେ। ପରେ ଉକ୍ତ ମୃତଦେହକୁ ସେଠାରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବଡ଼ବିଲ ମେଡିକାଲ ପଠାଇଥିବା ସହ ତଦନ୍ତ ଜାରି ରହିଛି ପୋଲିସ।

ଅନ୍ୟ ପକ୍ଷରେ ମୃତ ବ୍ୟକ୍ତିଙ୍କ ଗୋଡରେ କେବଳ ମୋଜା ରହିଥିବା ବେଳେ ଜୋତା ମିଳି ନ ଥିଲା। ଏହାଛଡା ତାଙ୍କ ପାଖରୁ ମୋବାଇଲ ମଧ୍ୟ ଜବତ୍ ହୋଇ ନ ଥିଲା। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ଜଣା ପଡିବ ବୋଲି ସୂଚନା ମିଳିଛି

Leave A Reply

Your email address will not be published.