ଆଜି ଚିଲିକାରେ ହେଉଛି ଡଲଫିନ ଗଣନା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଆଜି ଚିଲିକାରେ ହେଉଛି ଡଲଫିନ ଗଣନା । ସକାଳ ୬ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ, ୧୮ଟି ଟିମ୍ ଏଥିରେ ସାମିଲ ହୋଇଛନ୍ତି । ପ୍ରତି ଟିମରେ ୮ରୁ ୧୦ ଜଣ ସଦସ୍ୟ ରହିଛନ୍ତି । ଭିଡିଓଗ୍ରାଫି, ଫୋଟୋଗ୍ରାଫି, ବାଇନାକୁଲର ଏବଂ ଜିପିଏସ ବ୍ୟବହାର ଦ୍ୱାରା ଗଣନା କରାଯାଉଛି ।

ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି । ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡଙ୍ଗା ଓ ଟ୍ୟୁରିଷ୍ଟ ଡଙ୍ଗା ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଛି ।ବାଇନାକୁଲାର ଏବଂ ଜିପିଏସ୍ ଟ୍ରାକିଂ ଦ୍ବାରା ଗଣନା କାର୍ଯ୍ୟ କରାଯାଉଛି।

ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ମୋଟର ବୋଟ୍ ସଂଘ, ଡଲଫିନ ବିଶେଷଜ୍ଞ ଓ ସ୍ୱେଚ୍ଛାସେବୀଙ୍କୁ ଏଥିଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗଣତି ସମୟରେ ଚିଲିକାରେ ଭସାପୋଲ, ଘାଟଡ଼ଙ୍ଗା ଓ ଟ୍ୟୁରିଷ୍ଟ ଡ଼ଙ୍ଗା ଚଳାଚଳ ବନ୍ଦ ରହିବ। ସେହିପରି କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି।  ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି। ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି। କେନ୍ଦ୍ରପଡ଼ା ଗହୀରମଥାରେ ମଧ୍ୟ ଡଲଫିନ ଗଣନା ହେଉଛି । ସାମୁଦ୍ରିକ ଅଭୟାରଣ୍ୟର ଆଖପାଖ ନଈନାଳରେ ଏହି ଗଣନା କରାଯାଉଛି । ୯ଟି ଟିମ୍ ୩ ଦିନ ଧରି ଏହି ଅଞ୍ଚଳରେ ଡଲଫିନ ଗଣନା କରୁଛନ୍ତି । ପ୍ରତି ଟିମ୍ ରେ ୩ରୁ ୫ ଜଣ ଲେଖାଏଁ ସଦସ୍ୟ ରହିଛନ୍ତି ।

Leave A Reply

Your email address will not be published.