ଜଗତପୁରରେ ବାରହା ଆତଙ୍କ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜଗତପୁରରେ ବାରହା ଆତଙ୍କ | ଗତକାଲି ରାତିରେ ଜଗତପୁର ପୀରବଜାର ସ୍ଥିତ ଏକ କମ୍ପାନୀ ଭିତରକୁ ଛୋଟ ବଡ ମିଶାଇ ୫ଟି ବାରାହା ପଶିଆସିଥିଲେ ।କମ୍ପାନୀ କର୍ମଚାରୀ ଦେଖି ସେମାନଙ୍କୁ ଭୟଭୀତ ହୋଇପଡିଥିଲେ ।

ସେମାନଙ୍କୁ ଘଉଡାଇବାକୂ ଚେଷ୍ଟା କରିଥିଲେ ।୫ଟି ବାରାହା ରୁ ୩ଟି ମୁଖ୍ୟ ଫାଟକ ଦେଇ ପଳାଇଥିଲେ ।ଆଉ ଦୁଇଟି କମ୍ପାନୀ ଭିତରେ ରହିଯାଇଥିଲେ ।ଜଗତପୁର ପୋଲିସ ଓ ଉପଖଣ୍ଡ କଟକ ବନ କର୍ମଚାରୀ ପହଞ୍ଚି ସେମାନଙ୍କୁ ଘ ଉଡାଇ ଥିଲେ ଓ ଦୁଇଟି ବାରାହା ପଳେଇଯାଇଥିଲେ ।

ବନ କର୍ମଚାରୀ ବନଜା ରାଉତ କହିଛନ୍ତି କି ଖାଦ୍ୟ ଅନ୍ୱଷଣ ରେ ଆସିଥିଲେ ଓ ପଳେଇଗଲେ ।ଏହି ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକ ଟିକେ ଆଶ୍ୱସ୍ତି ଲାଭ କରିଛନ୍ତି ।

Leave A Reply

Your email address will not be published.