ବଲାଣି ଠିକା ମଜଦୂର ସଂଘ ପକ୍ଷରୁ ଧାରଣା 

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ବଲାଣି ଠିକା ମଜଦୂର ସଂଘ ପକ୍ଷରୁ ଧାରଣା | ଏକାଧିକ ଦାବି ନେଇ ବଲାଣି ଠିକା ମଜଦୂର ସଂଘ ପକ୍ଷରୁ ଧାରଣା ଆଜି ତୃତୀୟ ଦିନରେ ପହଂଚିଛି।

ବଲାଣି ସେଲ ଲୌହ ଖଣିରେ ଠିକା ଶ୍ରମିକ ମାନେ ଦୀର୍ଘ ଦିନରୁ କାର୍ଯ୍ୟ କରୁଥିବା ବେଳେ ସେଲ କର୍ତ୍ତୃପକ୍ଷ ତାଙ୍କ ପାଇଁ ନିଶୁଳ୍କ ଚିକିତ୍ସା, ଆବାସ ତଥା ରାତ୍ରୀ କାଳୀନ ପ୍ରାପ୍ୟ ସୁବିଧା ଅତ୍ୟାବଧି କରିନାହିଁ। ବାରମ୍ବାର ଦାବି ସତ୍ତ୍ୱେ ବଲାଣି ସେଲ କର୍ତ୍ତୃପକ୍ଷ ଠିକା ଶ୍ରମିକଙ୍କ ଏହି ଦାବିକୁ ଅଣଦେଖା କରି ଆସୁଥିବା ବେଳେ ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି।

ସେହି କ୍ରମରେ ବଲାଣି ଠିକା ମଜଦୂର ସଂଘ ପକ୍ଷରୁ ଏହି ତିନୋଟି ପ୍ରମୁଖ ଦାବି ନେଇ ସ୍ଥାନୀୟ ସେଲ ଖଣି ଫାଟକ ସମ୍ମୁଖରେ ବିଗତ ତିନି ଦିନରୁ ଧାରଣା ଦିଆ ଯାଇଛି । ଯଦି ଶ୍ରମିକଙ୍କ ଦାବିକୁ ନେଇ ସେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ନ ନିଆଯାଏ ହେଲେ ଆଗକୁ ମଧ୍ୟ ଧାରଣା ଜାରି ରହିବ ବୋଲି ମଜଦୂର ସଂଘ ପକ୍ଷରୁ କୁହା ଯାଇଛି

Leave A Reply

Your email address will not be published.