ବରଗଡ଼ରେ କାଳବୈଶାଖୀ ତାଣ୍ଡବ

0

ଓଡ଼ିଆ ନ୍ୟୁଜ୍: ବରଗଡ଼ରେ କାଳବୈଶାଖୀ ତାଣ୍ଡବ; ଟଳିପଡ଼ିଲା ଧନୁଯାତ୍ରା ଗେଟ୍‌। ଥାନା ଛକରେ ଥିବା ଧନୁଯାତ୍ରା ସୌନ୍ଦର୍ଯ୍ୟକରଣ ଗେଟ୍ ଟଳିପଡ଼ିଲା। ଗେଟ୍‌ ପଡ଼ି ୨ ଜଣ ଆହତ; ମେଡିକାଲରେ ଭର୍ତ୍ତି। ଏଭଳି ସ୍ଥିତିରେ ବରଗଡ଼ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ଧନୁଯାତ୍ରାର ସ୍ମାରକୀ ଗେଟ୍ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । ଫଳରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ଦ୍ବିପ୍ରହର ସମୟରେ ବରଗଡ଼ ସହରରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଥିଲା । ଦ୍ରୁତ ଗତିରେ ପବନ ବହିବା ସହିତ ବର୍ଷା ମଧ୍ୟ ହୋଇଥିଲା । ଯାହା ଫଳରେ ବହୁ ଗଛ ଭାଙ୍ଗିବା ସହ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସ୍ମାରକୀ ତୋରଣ ମଧ୍ୟ ଭାଙ୍ଗିଯାଇ ତଳେ ପଡ଼ି ରହିଛି ।

କାଳବୈଶାଖୀରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଗୁରୁତର ବ୍ୟକ୍ତି ମାନଙ୍କ ଚିକିତ୍ସା ପାଇଁ ବରଗଡ଼ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ଗୁରୁତର ବ୍ୟକ୍ତି ହେଲେ ଅଜିତ କୁମ୍ଭାର ଓ ସୁଜିତ କୁମ୍ଭାର । ସେମାନେ ପେଶାରେ ରିକ୍ସା ଚାଳକ ଅଟନ୍ତି ।

Leave A Reply

Your email address will not be published.