ଓଡ଼ିଆ ନ୍ୟୁଜ୍: OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଦୀପ ଜେନା। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଲେ। ଇସ୍ତଫା ଗୃହିତ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ମାସରେ ରାଜ୍ୟ ସରକାର ଏହି ବରିଷ୍ଠ ଆଇଏଏସ ଅଫିସରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ଦେଇଥିଲେ। ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବା ପରେ ସେ ୨୦୨୫ ଏପ୍ରିଲ ୮ରୁ ସେ ଓଇଆରସି ଅଧ୍ୟକ୍ଷ ଭାର ସମ୍ଭାଳିଥିଲେ । ତେବେ କାର୍ଯ୍ୟକାଳ ସରିବା ପୂର୍ବରୁ ହଠାତ୍ ତାଙ୍କର ଏହି ଇସ୍ତଫାକୁ ନେଇ ଏବେ ପ୍ରଶାସନିକ ସ୍ତରରେ ବିଭିନ୍ନ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସରକାର ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି କି ନାହିଁ, ସେ ନେଇ ଆନୁଷ୍ଠାନିକ ସ୍ପଷ୍ଟୀକରଣକୁ ଅପେକ୍ଷା କରାଯାଇଛି।
ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଦାୟିତ୍ୱରୁ ଆରମ୍ଭ କରି ସେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାର ନିଷ୍ଠାର ସହ ତୁଲାଇଥିଲେ । ୨୦୨୩ ମାର୍ଚ୍ଚ ପହିଲାରୁ ସେ ମୁଖ୍ୟ ଶାସନ ସଚିବ ଭାର ଜୁନ୍ ୩୦ , ୨୦୨୪ ଯାଏଁ ସମ୍ଭାଳିଥିଲେ । ଏ ସମୟରେ ସେ ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ ।