ଓଡ଼ିଆ ନ୍ୟୁଜ୍: ବାରବାଟୀ ଦିନିକିଆ ପାଇଁ ଫେବ୍ରୁଆରି ୨ରୁ ହେବ ଟିକେଟ ବିକ୍ରି। ଆସନ୍ତା ଫେବୃଆରୀ ୯ ତାରିଖରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ କ୍ରିକେଟ୍ ମ୍ୟାଚ ବାରବାଟୀରେ ଅନୁଷ୍ଠିତ ହେବ। ତେବେ ଏହି ମ୍ୟାଚର ଟିକେଟ ପାଇଁ ଅପେକ୍ଷା କରିଥିବା କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଯାଇଛି ଖୁସି ଖବର। ଦର୍ଶକମାନଙ୍କ ପାଇଁ ଆସନ୍ତା ଫେବ୍ରୁଆରି ୨ତାରିଖରେ ଅନ୍ଲାଇନ୍ ରେ ଟିକେଟ ଉପଲବ୍ଧ ହେବ। ସେହିପରି କ୍ରିକେଟ୍ପ୍ରେମୀମାନେ ଆସନ୍ତା ୫ଓ ୬ରେ କାଉଣ୍ଟରରୁ ଟିକେଟ୍ କିଣିପାରିବେ। ଅଫଲାଇନରେ ଟିକେଟ୍ ବିକ୍ରି ସକାଳ ୯ ଟାରୁ ୬ଟା ପର୍ଯ୍ୟନ୍ତ କରାଯିବ। ଏନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବ ସେବା ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।
ଏଥିସହ ଚଳିତ ଥର ଷ୍ଟାଡିୟମରେ ଫ୍ୟାନ୍ ପାର୍କର ବ୍ୟବସ୍ଥା କରାଯିବ ବୋଲି ମଧ୍ୟ କ୍ରୀଡ଼ା ମନ୍ତ୍ରୀ ସୂଚନା ଦେଇଛନ୍ତି। ଅନଲାଇନ୍ ମୋଡରେ ବିକ୍ରି ହେବ ପ୍ରାୟ ୪ ହଜାର ଟିକେଟ୍। ଅନଲାଇନ୍ ବୁକ୍ କରିଥିବା ବ୍ୟକ୍ତି ମାନେ ଫେବୃଆରୀ ମାସ ୭, ୮, ୯ ତାରିଖରେ ଅନଲାଇନ ଟିକେଟର ହାର୍ଡ କପି ସଂଗ୍ରହ କରି ପାରିବେ। ଭୁବନେଶ୍ୱର କେମ୍ବ୍ରିଜ ସ୍କୁଲ ଓ କିଟ୍ ବିଶ୍ଵବିଦ୍ୟାଳୟର କାଉଣ୍ଟରରୁ ସଂଗ୍ରହ କରିବେ ଅନଲାଇନ୍ ବୁକିଂର ହାର୍ଡ କପି। ୭ ଓ ୮ ତାରିଖରେ ପୂର୍ବାହ୍ନ ୧୦ ଟାରୁ ୪ଟା ପର୍ଯ୍ୟନ୍ତ କାଉଣ୍ଟର ଏବଂ ୯ ତାରିଖ ଦିନ ସକାଳ ୭ଟାରୁ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ କାଉଣ୍ଟର ।