ଓଡ଼ିଆ ନ୍ୟୁଜ୍: ଶିମିଳିପାଳରେ ମଣିଷ ମାରି ଖାଇଲା ମହାବଳ ବାଘ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜ୍ କମଳାବାହାରିରେ ମାରି ଖାଇଥିବା ସୂଚନା। ପୂରା ଶରୀର ଖାଇ ଦେଇଛି, କେବଳ ଗୋଡ଼ ଦୁଇଟି ରହିଛି। ମୃତକ ହେଲେ ସ୍ଥାନୀୟ ବସନ୍ତପୁର ଗାଁର, କାଲିଠୁ ନିଖୋଜ ଥିଲେ। କିଛି ଦିନ ହେଲା ସ୍ଥାନୀୟ ଅଞ୍ଚଳରେ ଗୃହପାଳିତ ପଶୁ ବି ମାରିଥିଲା ମହାବଳ। ମହାବଳ ମଣିଷ ଖାଇବା ନେଇ DFO ସ୍ପଷ୍ଟ କରି ନାହାନ୍ତି।
ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣୀ ରେଞ୍ଜ ଅଧୀନ କୁମୁଡାବାଡ଼ି ଗାଁ ରାଜାମ୍ ସାହି ନିକଟ ଜଙ୍ଗଲରେ ପଡିଛି ଜଣେ ବ୍ୟକ୍ତିଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ । ବ୍ୟକ୍ତିଙ୍କ ଅଧା ଶରୀରର ମିଳୁନି ପତ୍ତା । ତେବେ ଅଧାଦେହକୁ ବାଘ ଖାଇ ଚାଲିଯାଇଥିବା ପାରିପାର୍ଶ୍ଵିକ ଅବସ୍ଥାରୁ ଜଣାପଡୁଛି । ତେବେ ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଯଶୀପୁର ଥାନା ବସନ୍ତପୁର ଗାଁର ସାଧୁ ନାଏକ ।
ସାଧୁ ନାଏକ ରବିବାର ସକାଳୁ ଛେଳି ପାଇଁ ଡାଳ ଆଣିବାକୁ ଜଙ୍ଗଲକୁ ଯାଇଥିଲେ । ହେଲେ ସେଠାରୁ ଆଉ ସେ ଘରକୁ ଫେରିନଥିଲେ । ସୋମବାର ସକାଳୁ ସକାଳୁ ତାଙ୍କର ଦୁଇଟି କ୍ଷତାକ୍ତ ଗୋଡ଼ ମିଳିଥିଲା । ଏହାସହ ତାଙ୍କର ଲୁଙ୍ଗି ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ ଯଶୀପୁର ପୋଲିସ ଓ ବନ ବିଭାଗ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।