ମାଟି ତଳୁ ମିଳିଲା ମୃତ ହାତୀ

0

ଓଡ଼ିଆ ନ୍ୟୁଜ୍: ଢେଙ୍କାନାଳ ହିନ୍ଦୋଳରେ ମାଟି ତଳୁ ମିଳିଲା ମୃତ ହାତୀ। କନ୍ଦରାଶୁଣି ନିକଟ ଫାର୍ମ ହାଉସ ଭିତରେ ମାଟି ତଳୁ ମୃତ ହାତୀ ଉଦ୍ଧାର। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜେସିବିରେ ଖୋଳିବା ପରେ ଉଦ୍ଧାର।ହାତୀକୁ ମାରି ପୋତି ଦିଆ ଯାଇଥିବା ଅଭିଯୋଗ ହୋଇଥିଲା। ଫାର୍ମ ହାଉସ ମାଲିକଙ୍କ ସମେତ ୨ ଜଣଙ୍କୁ ଅଟକ ରଖିଛି ପୋଲିସ।

ଫାର୍ମ ହାଉସ ଭିତରେ ହାତୀକୁ ମାରି ପୋତା ଯାଇଥିବା ଜାଗାକୁ ଜେସିବି ମାଧ୍ୟମରେ ଖୋଳିଥିଲା ବନ ବିଭାଗ । ପରେ ମାଟି ତଳୁ ହାତୀର ମୃତଦେହକୁ ଉଦ୍ଧାର କରିଛି ବନ ବିଭାଗ । ମୃତ ହାତୀର ବୟସ ୨୫ ବର୍ଷ ହେବ । ହାତୀକୁ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଛି ବନ ବିଭାଗ । ହାତୀଟି ଏକ ମାଖନା ହାତୀ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ହାତୀ ମାନଙ୍କ କବଳରୁ ସୁରକ୍ଷା ପାଇଁ ଫାର୍ମ ହାଉସ ଚାରିପଟେ ଦିଆଯାଇଥିବା ସୋଲାର ଫେନ୍ସିରେ ହେଭି ବିଦ୍ୟୁତ କରେଣ୍ଟ ଚାର୍ଜ କରିଦେଇଥିବାରୁ ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ଏହି ଘଟଣାକୁ ଛପାଇବା ପାଇଁ ଫାର୍ମ ହାଉସ ମାଲିକ ମୃତ ହାତୀକୁ ଫାର୍ମ ଭିତରେ ମାଟି ଖୋଳି ପୋତିଦେଇଥିଲେ ବୋଲି ବନ ବିଭାଗ ତଦନ୍ତରୁ ଜଣାପଡିଛି ।

 

Leave A Reply

Your email address will not be published.