ଓଡ଼ିଆ ନ୍ୟୁଜ୍: ଟିନ୍ ଏଜରଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍ କଲା ମାଲେସିଆ। ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ କଟକଣା କଲେ ମାଲେସିଆ ସରକାର। ପିଲା ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ବାରଣ ହେଲା। ସୋସିଆଲ ମିଡିଆ ସଂସ୍ଥାକୁ ବୟସ ଯାଞ୍ଚ ପାଇଁ ନିର୍ଦ୍ଦେଶ। ଯେଉଁ ସଂସ୍ଥା ନିୟମ ନ ମାନିବେ ୨.୫ ନିୟୁତ ଡଲାର ଜରିମାନା ଦେବେ। ପିଲାଙ୍କ ତ୍ରୁଟି ପାଇଁ ବାପା ମାଆଙ୍କୁ ଜରିମନା କରାଯିବ ନାହିଁ। ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ବ୍ରାଜିଲରେ ପିଲାଙ୍କୁ ବାରଣ ହୋଇ ସାରିଛି।
ସେପଟେ ଡେନମାର୍କବ ଲଗାଇଲା କଟକଣା।ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ୍ (Mette Frederiksen) ଏଭଳି ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି, ଯାହା ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ପିଲାମାନଙ୍କୁ ସୋସିଆଲ ମିଡିଆଠାରୁ ଦୂରେଇ ରଖିବା ପାଇଁ ସେ ଏହାକୁ ସିଗାରେଟ୍ ଟାଣିବା ଭଳି ମାରାତ୍ମକ ଅଭ୍ୟାସ ସହ ତୁଳନା କରିଛନ୍ତି, ଯାହାକୁ ନେଇ ଏବେ ଇଣ୍ଟରନେଟ୍ ଦୁନିଆରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଯାଇଛି।
ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନ୍ ନିଜର ଏକ ସାକ୍ଷାତକାରରେ କହିଛନ୍ତି, ‘ଯଦି ଆଜି ମୋର ଛୋଟ ପିଲା ଥାଆନ୍ତେ, ତେବେ ମୁଁ ସେମାନଙ୍କୁ ସୋସିଆଲ ମିଡିଆରେ ଏକାକୀ ଛାଡ଼ିବା ଅପେକ୍ଷା ସିଗାରେଟ୍ ପିଇବାକୁ ଦେବା ଅଧିକ ପସନ୍ଦ କରିଥାଆନ୍ତି।’ତାଙ୍କ କହିବା ଅନୁସାରେ, ଆମେ ଆଜି ବି ପୁରୁଣା ବିପଦଗୁଡ଼ିକ ଉପରେ ଧ୍ୟାନ ଦେଉଛୁ, କିନ୍ତୁ ଆମ ସାମ୍ନାରେ ଏକ ନୂଆ ଏବଂ ସବୁଠାରୁ ବଡ଼ ବିପଦ ଆସି ଛିଡ଼ା ହୋଇଛି, ଯାହା ପିଲାମାନଙ୍କର ଭବିଷ୍ୟତକୁ ନଷ୍ଟ କରିଦେଉଛି।