ଟାଇଗର ତା’ କାମରେ ଖୁବ୍ ସିରିଅସ୍ ; ଦିଶାଙ୍କୁ ନେଇ ଏମିତି କହିଲେ ଜ୍ୟାକି..

0

ବଲିଉଡ୍ର ଡ୍ୟାନ୍ସି ଷ୍ଟାର ତଥା ଷ୍ଟଣ୍ଟ ବୟ୍ ଟାଇଗର ଶ୍ରଫ୍ । ସେ ବଲିଉଡ୍ରେ ଖୁବ୍ କମ୍ ଦିନରେ ତାଙ୍କ ବାପା ଜ୍ୟାକି ଶ୍ରଫ୍ ଭଳି ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି । ନିଜର ଅଭିନୟ ସହ ଦମଦାର ଆକ୍ସନ, ଡ୍ୟାନ୍ସ ଷ୍ଟଣ୍ଟ ଜରିଆରେ ତାଙ୍କ ପ୍ୟାନ୍ସ ମାନଙ୍କୁ ଦିୱାନା କରିଛନ୍ତି । ତେବେ ଏହି ଅଭିନେତା ଏବେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଆସିଛନ୍ତି ।

ଦୀର୍ଘ ଦିନ ହେବ ଟାଇଗର ଓ ଅଭିନେତ୍ରୀ ଦିଶା ପଟାନୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଛି । ଦୁହେଁଙ୍କ ମଝିରେ ନାଁ ଉଠୁଥିଲା ହେଲେ ଏବେ ପୁଣି ଥରେ ଆରମ୍ଭ ହୋଇ ଯାଇଛି । ଉଭୟଙଭେଡଟ୍ କରୁଛନ୍ତି ବୋଲି ଜଣାପଡିଛି । ଅନେକ ଥର ଏକାଠି ବିଭିନ୍ନ ପାର୍ଟିରେ ଦେଖିବାକୁ ମିଳୁଛି । କିନ୍ତୁ ଏନେଇ ଦୁହେଁ ନିଜର ପ୍ରେମକୁ ଅଫିସିଆଲି ପ୍ରକାଶ କରି ନାହାନ୍ତି । ଏହା ଭିତରେ ଜୟାକି ସ୍ରଫ ପୁଅ ଟାଇଗରଙ୍କୁ ନେଇ କିଛି ଖୁଲାସା କରିଛନ୍ତି ।

ନିକଟରେ ଜ୍ୟାକି ଏକ ସାକ୍ଷାତକାରରେ କହିଛନ୍ତି କି , ଟାଇଗର ପ୍ରଥମେ ୨୫ ବର୍ଷ ବୟସରେ ଡେଟିଂ ଆରମ୍ଭ କରିଥିଲା । ଦିଶା ଏବଂ ଟାଇଗର ପ୍ରକୃତରେ ଭଲ ବନ୍ଧୁ । କିନ୍ତୁ ମୁଁ ଜାଣିନି ଦୁହେଁ ତାଙ୍କର ଭବିଷ୍ୟତ ପାଇଁ କଣ ନିଷ୍ପତ୍ତି ନେଇଛି । ବରଂ ମୁଁ ଗୋଟେ କଥା ନିଶ୍ଚିତ ଯେ , ଟାଇଗର ନିଜ କାମ ଉପରେ ସବୁବେଳେ ଧ୍ୟ୍ୟାନ ଦିଅନ୍ତି । ଟାଇଗର ପାଇଁ କାମ ହିଁ ଆଗ ବଡ ଓ ତାହା ତାଙ୍କ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସେ ନିଜ କାମକୁ ନେଇ ଖୁବ୍ ସିରିଅସ ଅଛନ୍ତି ବୋଲି କହିଛନ୍ତି ବାପା ଜ୍ୟାକି ।ଅନ୍ୟପଟେ ଦିଶା ପଟାନୀ ଟାଇଗର ଏବଂ ତାଙ୍କ ଭଉଣୀ କୃଷ୍ଣାଙ୍କ ସହ ଜନ୍ମ ଦିନ ପାଲନ କରିଥିଲେ । ତାଙ୍କର ଜନ୍ମ ଦିନର ଫଟୋ ଦିଶା ନିଜେ ଇନଷ୍ଟାଗ୍ରାମରେ ସେଆର କରିଥିଲେ । ଏଥିରେ ଦୁହେଁ ନଜର ଆସିଥିଲେ ।

Leave A Reply

Your email address will not be published.