ଆଜି ଜାତୀୟ ମତଦାନ ଦିବସ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି 14ତମ ଜାତୀୟ ମତଦାନ ଦିବସ | ମୁଖ୍ୟ ନିର୍ବାଚନ ଅଧିକାରିଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 2024 ସାଧାରଣ ନିର୍ବାଚନରେ ନିଜ ମତଦାନ କରିବା ନେଇ ସଚେତନ କରାଯାଇଛି । ଭାରତୀୟ ନିର୍ବାଚନ କମିଶନ୍‌ ପ୍ରତିଷ୍ଠା ଦିବସର ସ୍ମୃତିରେ ପ୍ରତି ବର୍ଷ ସାଧାରଣତନ୍ତ୍ର ଦିବସର ପୂର୍ବ ଦିନ ଭାରତ ପାଳନ କରେ ଜାତୀୟ ଭୋଟର ଦିବସ । ଆଜି ପ୍ରାୟ ଏକ କୋଟିରୁ ଅଧିକ ନୂଆ ଭୋଟରଙ୍କ ସହ ଭିସି ଯୋଗେ କଥା ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଦେଶର ପ୍ରାୟ 5 ହଜାର ସ୍ଥାନରେ ଲକ୍ଷ ଲକ୍ଷ ଯୁବ ଭୋଟରଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ । ନିଜ ଦଳ ପ୍ରତି ଯୁବ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଏପରି ଯୋଜନା କରିଛି ବିଜେପି ।ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟ ଗଣମାଧ୍ୟମକୁ କହିଛନ୍ତି, ”2014ରେ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଓ 2019ରେ ପୁଣି ଥରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ନିର୍ବାଚିତ ହେବାରେ ଯୁବ ଭୋଟରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଛି । ମୋଦି ଜୀଙ୍କୁ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ମନୋନିତ କରିବାକୁ ଯୁବ ଭୋଟର ମାନେ ଉତ୍ସାହିତ ଅଛନ୍ତି । ବିଜେପି ସରକାରରେ ଯୁବକମାନଙ୍କ ପାଇଁ ବହୁତ ସୁଯୋଗ ରହିଛି ।”

”ଅର୍ଥନୈତିକ ଅଭିବୃଦ୍ଧିର ଦ୍ରୁତ ଗତି ଏବଂ ଭିତ୍ତିଭୂମିରେ ବ୍ୟାପକ ଅଭିବୃଦ୍ଧି ମଧ୍ୟରେ ବେକାରୀ ହାର ସର୍ବନିମ୍ନ ସ୍ତରରେ ରହିଛି । ଯାହା ସିଧାସଳଖ ଏବଂ ପରୋକ୍ଷ ଭାବରେ ଯୁବକମାନଙ୍କୁ ଉପକୃତ କରିଛି । ଆଜି ଦେଶର ପ୍ରାୟ 5000 ହଜାର ସ୍ଥାନରେ ଲକ୍ଷ ଲକ୍ଷ ଯୁବ ଭୋଟରଙ୍କ ସହ ଭିସି ଯୋଗେ ଯୋଡି ହେବେ ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଯୁବ ଭୋଟରଙ୍କ ସହ କଥାବାର୍ତ୍ତା ହେବେ । ଏହା ଦ୍ବାରା ନିର୍ବାଚନରେ ଯୁବ ଭୋଟରଙ୍କ ସଂଖ୍ୟା ବଢିବ ଓ ଦେଶର ଗଣତନ୍ତ୍ର ମଜବୁତ ହେବ ।”

ଦେଶରେ 18 ରୁ 25 ବର୍ଷ ବର୍ଗରେ ସାତ କୋଟିରୁ ଅଧିକ ଭୋଟର ଅଛନ୍ତି । ସରକାର ସେମାନଙ୍କ ପାଇଁ ଅନେକ ଯୋଜନା ଏବଂ ନୀତି ଆଣିଛନ୍ତି । ଯେଉଁଥିରେ ଆଇଆଇଏମ୍, ଆଇଆଇଟି ଏବଂ ମେଡିକାଲ୍ କଲେଜ ପ୍ରତିଷ୍ଠା ମଧ୍ୟ ସାମିଲ ରହିଛି । ଜାତୀୟ ଭୋଟର ଦିବସରେ ଏକ କୋଟିରୁ ଅଧିକ ଭୋଟରଙ୍କ ସହ ଆଜି କଥା ହେବେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.