ଅବସର ନେଇଥିବା ଖବରକୁ ପ୍ରତ୍ୟାଖ୍ୟାନ କଲେ ବକ୍ସର ମେରି କମ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଭାରତୀୟ ଷ୍ଟାର ବକ୍ସର ମେରି କମ। ବର୍ତ୍ତମାନ ସେ ତାଙ୍କ ଅବସର ନେଇଥିବା ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମ୍ୟାରି କମ୍‌ କହିଛନ୍ତି, ମୁଁ ବକ୍ସିଂରୁ ଅବସର ଘୋଷଣା କରି ନାହିଁ । ମୋ କଥାକୁ ଭୁଲ ତର୍ଜମା ହୋଇଛି। ଅବସର ନିଷ୍ପତ୍ତି ନେଲେ ମିଡିଆ ସାମ୍ନାକୁ ଆସି ଘୋଷଣା କରିବି ।

ଏଥିସହ ସେ କହିଛନ୍ତି, ଗତକାଲି ଦିବ୍ରୁଗଡ଼ରେ ଏକ ସ୍କୁଲ ଉତ୍ସବରେ ଯୋଗ ଦେଇଥିଲି। ସେଠାରେ ପିଲାମାନଙ୍କୁ ଉତ୍ସାହିତ କରିବାକୁ ଯାଇ ମୁଁ ଏବେବି ଆହୁରି ବହୁତ କିଛି ହାସଲ କରିବାକୁ ଚାହୁଁଛି, ମାତ୍ର ବୟସ ବାଧକ ସାଜୁଥିବା କହିଥିଲା। ଏପରିକି ଦୁର୍ଭାଗ୍ୟବଶତଃ ବୟସ ସୀମା ପାଇଁ ଅଲମ୍ପିକ୍ସରେ ଅଂଶଗ୍ରହଣ କରି ପାରୁ ନ ଥିବା ବି କହିଥିଲି। ମାତ୍ର ମୋର ଏହି ଉକ୍ତିକୁ ଭୁଲ୍‌ ଭାବେ ଗଣମାଧ୍ୟମରେ ଉପସ୍ଥାପନ କରାଯାଇଥିବା କହିଛନ୍ତି ମ୍ୟାରି କମ୍‌।

ତେବେ ସୂଚନା ମୁତାବକ, ମେରି କମ କହିଛନ୍ତି ଯେ ଜାନୁୟାରୀ ୨୪ରେ, ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁ ଏକ ସ୍କୁଲ କାର୍ଯ୍ୟକ୍ରମକୁ ଯାଇଥିଲି । ସେଠାରେ ମୁଁ କହିଥିଲି ଯେ ମୋର ଖେଳ ପ୍ରତି ଭୋକ ଅଛି, କିନ୍ତୁ ବୟସ ସୀମା ହେତୁ ଅଲିମ୍ପିକ୍ସରେ ଭାଗ ନେଇ ପାରିବି ନାହିଁ। ତଥାପି, ମୁଁ ଏକ ଅଂଶ ହେବାକୁ ଚାହୁଁଛି… ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋର ଫିଟନେସ୍ ଉପରେ ବହୁତ ପରିଶ୍ରମ କରୁଛି। ବର୍ତ୍ତମାନ ସୁଦ୍ଧା, ମୁଁ ଅବସର ଘୋଷଣା କରି ନାହିଁ। ଯେତେବେଳେ ବି ମୁଁ ମୋର ଅବସର ଘୋଷଣା କରିବି। ତାହାକୁ ମୁଁ ବ୍ୟକ୍ତିଗତ ଭାବରେ ଗଣମାଧ୍ୟମ ସମ୍ମୁଖରେ ସାମ୍ନାକୁ ଆସିବି ।

Leave A Reply

Your email address will not be published.