ଆଜି ଭଜନ ସମ୍ରାଟଙ୍କ ପୂଣ୍ୟ ତିଥି, ସେହି ଦିବ୍ୟ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଭକ୍ତିପୂତ ନମନ୍‌

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ତାଙ୍କ ହାତରେ କେତେବେଳେ ‘ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’। ପୁଣି କେତେବେଳେ ‘ବଡଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତାଙ୍କ ମନରେ ଥିଲା ଯୋଗୀଟିଏ ହେବାର ଅଭିଳାଷା । ଏତିକି ହିଁ ତାଙ୍କ ପରିଚୟ ପାଇଁ ଯଥେଷ୍ଟ । ଏ ଗୀତ ସବୁ କାନରେ ବାଜିବା କ୍ଷଣି ମନର ଦୃଶ୍ୟପଟ୍ଟକୁ ଆସିଯାଆନ୍ତି ମହାପ୍ରଭୁଙ୍କ ପାଇଁ ଭାବ ଆଉ ଭକ୍ତିର ଗୀତ ଗ।।ଇଗାଇ ଭିକାରୀ ବଳରୁ ସାଜିଥିବା ‘ଭଜନ ସମ୍ରାଟ’। କେନ୍ଦ୍ରାପଡାର ସୋବଳା ଗାଁରେ ୧୯୨୯ ମସିହା ମେ ୨୫ ତାରିଖରେ ପିତା ରାମଚନ୍ଦ୍ର ବଳ ଏବଂ ମାତା ଗେହ୍ଲାରାଣୀ ବଳ ଔରସରୁ ଜନ୍ମଗ୍ରହଣ କରନ୍ତି କିକାରୀ। ବାଳୁତ ବୟସରଙ୍କ ଆରପାରିକୁ ଚାଲି ଯାଆନ୍ତି ବାପା-ମାଆ । ଏହାପରେ ଏକୁଟିଆ ହୋଇଯାଆନ୍ତି ଏହିି ମହାନ ଗାୟକ । ନବମ ଶ୍ରେଣୀରୁ କଲମ ଛାଡି ସେ ଧରନ୍ତି ହାରମୋନିୟମ । କାଳକ୍ରମେ ଦାରିଦ୍ର‌୍ୟ ପରି ବହୁ ବାଧାବିଘ୍ନ ତାଙ୍କ ବାଟ ଓଗାଳିଥିଲେ ମଧ୍ୟ ସଙ୍ଗୀତରୁ ଦୂରେଇ ନଯାଇ ସାଧନାରତ ହୁଅନ୍ତି ସେ । ଏକପ୍ରକାର କହିବାକୁ ଗଲେ ତାଙ୍କ ଜୀବନ ହିଁ ଥିଲା ଏକ ସଙ୍ଗୀତ ।

କୋଠ ଭୋଗ ଖିଆ ଗୀତ ପରଠୁ ଆଉ ପଛକୁ ଫେରିନଥିଲେ ସେ । ପ୍ରଥମ ଗୀତରୁ ହିଁ ଘରେ ଘରେ ପରିଚିତ ହୋଇଯାଇଥିଲେ ଭିକାରୀ । ୭୦ ଦଶକରେ ଭକ୍ତି ଭାବର ଏକ ଅନନ୍ୟ ଧାରା ସୃଷ୍ଟି କରିବା ସହ ପାରମ୍ପରିକ ଓ ଆଧୁନିକ ଗୀତର ନୂଆ ଧାରା ସୃଷ୍ଟିି କରିଥିଲେ ସେ । ଓଡିଶା ଭଜନ ଜଗତରେ ନିରନ୍ତର ସାଧନା ପାଇଁ ପୁରୀର ଗଜପତି ମହାରାଜାଙ୍କ କର କମଳରୁ ‘ଭଜନ ସମ୍ରାଟ’ ଉପାଧୀ ପାଆନ୍ତି । ଏପରିକି ତାଙ୍କୁ ଶ୍ରୀ ଜଗନ୍ନାଥଙ୍କ ଚାମର ସେବା ପାଇଁ ମଧ୍ୟ ସୁଯୋଗ ଦିଆଯାଇଥିଲା। ଶେଷରେ ୨୦୧୦ ଆଜିର ଦିନରେ ପାର୍କିନସନ୍ ରୋଗରେ ପୀଡିତ ହୋଇ ଇହଲୀଳା ତ୍ୟାଗ କରନ୍ତି ଭଜନ ସମ୍ରାଟ । ହେଲେ ଓଡିଶା ସଙ୍ଗୀତ ଜଗତ ଛାଡ଼ିଯାଆନ୍ତି ରାଶି ରାଶି ଛାପ । ଆଜି ତାଙ୍କ ପୂଣ୍ୟ ତିଥିରେ ସେହି ଦିବ୍ୟ ଆତ୍ମାଙ୍କୁ ଓଡ଼ିଆ ନ୍ୟୁଜର ଭକ୍ତିପୂତ ନମନ

Leave A Reply

Your email address will not be published.