ଆଜି ପବିତ୍ର ଜନ୍ମାଷ୍ଟମୀ, ଉତ୍ସୋବମୁଖର ସାରା ଦେଶ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି  ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ। ପବିତ୍ର ଜନ୍ମାଷ୍ଟମୀ । ଆଜିର ଦିନରେ ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ ଭଗବାନ ଶ୍ରୀକୃଷ୍ଣ । ଦେବକୀ ଓ ବସୁଦେବଙ୍କ ଅଷ୍ଟମ ସନ୍ତାନ ଭାବେ ମହାରାଜା କଂସଙ୍କ କାରଗାରରେ ଜନ୍ମ ନେଇଥିଲେ ଭଗବାନ ଶ୍ରୀକୃଷ୍ଣ । ପୃଥିବୀ ପୃଷ୍ଠରୁ ପାପର ଭାରକୁ କମାଇବା ଲାଗି ଏବଂ ସାଧୁସନ୍ଥ, ମୁନିଋଷିଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ ଶ୍ରୀକୃଷ୍ଣଙ୍କ ଅବତାର । ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ଏହାକୁ ପାଳନ କରୁଥିବାବେଳେ ଉତ୍ତର ଭାରତରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଏ । ଦ୍ୱାରିକାରେ ଆଡ଼ମ୍ବରର ସହକାରେ ଏହାକୁ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ବିଶେଷ କରି ଦହିହାଣ୍ଡି ଭଙ୍ଗାର ଆୟୋଜନ କରାଯାଇଥାଏ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା ।

ଏହି ଦିନରେ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବାବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି । ଯେଉଁଥିପାଇଁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ବି ଏହି ସମୟରେ ହିଁ ପାଳନ କରାଯାଇଥାଏ । ଅଧ ରାତିରେ ପ୍ରଭୁ ଜନ୍ମ ଗ୍ରହଣ କରୁଥିବାରୁ ରାତି ତମାମ ହରିନାମ ସଂକୀର୍ତ୍ତନ କରିଥାଆନ୍ତି ଭକ୍ତ । ଠିକ୍‌ ମଧ୍ୟ ରାତ୍ରୀରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୋଇଥାଏ । ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ଭକ୍ତର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ।

Leave A Reply

Your email address will not be published.