ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ, ବିଭିନ୍ନ ପ୍ରକାରର ପିଠା ସହ ସୁସ୍ୱାଦୁ ଖାଦ୍ୟ ଦ୍ୱାରା ସୂର୍ଯ୍ୟଙ୍କୁ ପୂଜା କଲେ ଛୁଆ ମାନେ ନିରୋଗ ରହିଥାନ୍ତି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ । ଇଂରାଜୀ ନବବର୍ଷ ସହିତ ଓଡ଼ିଆ ପରମ୍ପରା ର ପର୍ବ ଶାମ୍ବ ଦଶମୀ କୁ ଖୁସିରେ ପାଳନ କରୁଛନ୍ତି ଲୋକେ। ବଜାର ରେ ମିଠା ଦୋକାନ ରେ ଲାଗିଛି ଗହଳି। ପ୍ରଥା ଅନୁଯାୟୀ ଆଜିର ଦିନରେ ବିଭିନ୍ନ ପ୍ରକାରର ପିଠା ସହ ସୁସ୍ୱାଦୁ ଖାଦ୍ୟ ଦ୍ୱାରା ସୂର୍ଯ୍ୟ ଙ୍କୁ ପୂଜା କଲେ ପରିବାର ର ଛୁଆ ମାନେ ନିରୋଗ ରହିଥାନ୍ତି । ପୁରାଣ ଅନୁସାରେ ଶ୍ରୀକୃଷ୍ଣ ଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି ନିରୋଗ ହୋଇଥିଲେ ।

ସେହି ପରମ୍ପରା ଅନୁସାରେ ପ୍ରତି ଓଡ଼ିଆଙ୍କ ଘରେ ପିଲାଛୁଆ ଙ୍କ ପସନ୍ଦ ଅନୁସାରେ ପିଠା, ମିଠା, ବରକୋଳି, ଦାଣ୍ଡଧୂଳି ଖେଚୁଡ଼ି, ଡାଲି ଆଦି ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରି ସୂର୍ଯ୍ୟଙ୍କୁ ପୂଜା କରାଯାଏ । ସେହି ଭୋଗକୁ ଘରର ପିଲାମାନେ ଖାଇଲେ ନିରୋଗ ରହିଥାନ୍ତି ବୋଲି ବିଶ୍ୱାସ ରହିଛି । ତେଣୁ ଆମର ସଂସ୍କୃତି ଓ ପରମ୍ପରା କୁ ବଜାୟ ରଖି ଆଜି ଶାମ୍ବ ଦଶମୀ ପାଳନ କରାଯାଉଅଛି। ତତ୍ ସହିତ ଆଜି ଇଂରାଜୀ ନବବର୍ଷ ଥିବାରୁ ଅତି ଆନନ୍ଦରେ ଦିନ ବିତାଉଛନ୍ତି ଲୋକେ।

Leave A Reply

Your email address will not be published.