ପୁରୀ(ଓଡ଼ିଆ ନ୍ୟୁଜ୍): ଚତୂଃଦ୍ଧା ମୂର୍ତ୍ତିଙ୍କ ଆଜି ନବଦିନାତ୍ମକ ଯାତ୍ରାର ଚତୁର୍ଥ ଦିନ । ଆଡ଼ପ ମଣ୍ଡପରେ ଚାଲିଛି ଶ୍ରୀଜିଉଙ୍କ ନୀତିକାନ୍ତି । ଆଜି ଆଷାଢ଼ ଶୁକ୍ଳ ପଞ୍ଚମୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ପରେ ଶ୍ରୀଜିଉଙ୍କ ଏହି ଗୁପ୍ତ ନୀତି କରାଯିବ । ଶ୍ରୀମୁଖ ଶୃଙ୍ଗାର ଦତ୍ତମହାପାତ୍ର ସେବକ ଶ୍ରୀଜିଉ ମାନଙ୍କର ଏହି ବିଶେଷ ନୀତି ସମାପନ କରିବେ । ପାରମ୍ପରିକ ରଙ୍ଗ ହିଙ୍ଗୁଳ, ହରିତାଳ, ପ୍ରିୟଙ୍ଗୁ, କର୍ପୁର, କସ୍ତୁରୀ, କଳା, ଧଳା, ନାଲି ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ ।
ମହାପ୍ରଭୁଙ୍କ ଏହି ବନକଲାଗି ନୀତି ପାଇଁ ଆଜି ଗୁଣ୍ଡିଚା ମନ୍ଦିରରେ ୪ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ସନ୍ଧ୍ୟା ୭ଟାରୁ ରାତି ୧୧ଟା ମଧ୍ୟରେ ନୀତିକାନ୍ତି ହେବାକୁ ଥିବାରୁ ଏଣୁ ଶ୍ରଦ୍ଧାଳୁମାନଙ୍କୁ ସାଧାରଣ ଦର୍ଶନ ବନ୍ଦ ରହିବ।