ବରମୁଣ୍ଡାରେ ଜଳିଗଲା ବସ୍, ୪ ଜଣ ଯାତ୍ରୀ ଆହତ

0

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ବରମୁଣ୍ଡାରେ ଜଳିଗଲା ଘରୋଇ ବସ୍ । ଆଜି ସକାଳେ ‘ଲଳିତା’ ନାମକ ଏହି ଘରୋଇ ବସ୍ ଫୁଲବାଣୀରୁ ଭୁବନେଶ୍ୱର ଆସୁଥିଲା। ବରମୁଣ୍ଡା ନିକଟରେ ଦୁର୍ଘଟଣା ଘଟିଥିବାରୁ ବସରେ ନିଆଁ ଲାଗିଯାଇ ଭାରସାମ୍ୟ ହରାଇ ବସଟି ବ୍ରିଜର ବାଡାରେ ବାଡେଇ ହୋଇଥିଲା। ଫଳରେ ବସରେ ସଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ବସଟି ଜଳି ପୁରା ନଷ୍ଟ ହୋଇଯାଇଛି।

ବସରେ ୨୫ ଯାତ୍ରୀ ଥିବା ଜଣା ପଡ଼ିଥିବା ବେଳେ ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.