ଆଜିର ମୁଖ୍ୟ ଖବର

0

୧-ରାଜ୍ୟରେ ଖୋଲିଲା ଦଶମ ଓ ଦ୍ୱାଦଶ ଶ୍ରେଣୀ, ଫୁଲ ଓ ଚନ୍ଦନ ଦେଇ ପିଲାଙ୍କୁ କରାଗଲା ସ୍ୱାଗତ, ଦିଆଗଲା ସାନିଟାଇଜର୍।

୨-ଟ୍ୟାପରୁ ସର୍ବୋତ୍ତମ ଗୁଣମାନର ପାଣି ପାଇବାରେ ପୁରୀ ଭାରତର ପ୍ରଥମ ସହର, ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଡ୍ରିଙ୍କ ଫ୍ରମ ଟ୍ୟାପ ପ୍ରକଳ୍ପ।

୩-ପୁରୀ: ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସଂପର୍କରେ ଆଲୋଚନା ନିମନ୍ତେ ଅଗଷ୍ଟ ୪ ରେ ବସିବ ସମନ୍ଵୟ କମିଟି।

୪-ଗ୍ୟାଙ୍ଗଷ୍ଟର ହାଇଦରକୁ ଏନ୍‌କାଉଣ୍ଟର ଘଟଣା, ନିଜ ଆଡୁ ମାମଲା ରୁଜୁ କଲେ OHRC।

୫-ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍ ; ବର୍ତ୍ତମାନ ୧୦ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ।

୬-ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୬୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ,୨୧୦୮ ସୁସ୍ଥ

୭-ତୃତୀୟ ଲହର ଆସିବାର ଏ ପର୍ଯ୍ୟନ୍ତ କୌଣସି ଲକ୍ଷଣ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

୮-ଅଲିମ୍ପିକ ରୋପ୍ୟ ବିଜୟିନୀ ମୀରାବାଇ ଚାନୁଙ୍କୁ ମଣିପୁର ପୋଲିସରେ ଅତିରିକ୍ତ ଏସ୍ପି (କ୍ରୀଡ଼ା) ଭାବେ ନିଯୁକ୍ତି ଦେବାକୁ ମଣିପୁର ସରକାରଙ୍କ ଘୋଷଣା।

୯-ଅକ୍ଟୋବର ୩ରେ JEE ଆଡଭାନ୍ସଡ୍‌ ପରୀକ୍ଷା, ସୂଚନା ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

୧୦-‘୨୦୨୪ ପୂର୍ବରୁ ୧୦୦୦ ସିଟ୍ ହୋଇପାରେ ଲୋକସଭା, ସେଣ୍ଟ୍ରାଲ ଭିଷ୍ଟାର ଆର୍କିଟେକଚୁଆଲ ପ୍ଲାନ ସଂସଦରେ ଉପସ୍ଥାପନ ହେଉ।

୧୧-ଗୈ।ହାଟୀ: ଆସାମ ଓ ମିଜୋରାମ ମୁହାଁ ମୁହିଁ ,ସୀମା ସମସ୍ୟା ସମାଧାନ କରିବାକୁ ଶାହଙ୍କ ନିର୍ଦେଶ।

Leave A Reply

Your email address will not be published.