ଆଜିର ମୁଖ୍ୟ ଖବର

0

୧-କାବୁଲ ଏୟାରପୋର୍ଟରୁ ଆସିଲା ଛାତିଥରା ଦୃଶ୍ୟ । ଛୋଟ ପିଲାକୁ ଏୟାରପୋର୍ଟ ଭିତରକୁ ଛାଡ଼ିଦେବାକୁ ପ୍ରୟାସ, ପିଲାର ଜୀବନ ବଞ୍ଚାଇବା ପାଇଁ ଆମେରିକା ସେନା ହାତରେ ଟେକି ଦେଲେ ବାପା-ମାଆ ।

୨-IMFଙ୍କ ଘୋଷଣା ତାଲିବାନଙ୍କୁ ମିଳିବନି ଋଣ କି ଅନ୍ତର୍ଜାତୀୟ ଆର୍ଥିକ ସହଯୋଗ ।

୩-ତାଲିବାନକୁ ସମର୍ଥନ କରି ବରବାଦ୍‌ ହେବାକୁ ଯାଉଛି ପାକିସ୍ତାନ, ଆତଙ୍କବାଦୀଙ୍କୁ ପାଣ୍ଠି ଦେଇ ବ୍ଲାକ୍‌ ଲିଷ୍ଟ୍‌ରେ ଇମ୍ରାନ ସରକାର

୪-ଆଜି ମାଲକାନଗିରିରେ ସ୍ମାର୍ଟ ହେଲଥ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏପଟେ ଯୋଜନାକୁ ନେଇ ଜୋରଧରିଲା ରାଜନୀତି, କାର୍ଯ୍ୟକାରିତାକୁ ନେଇ ସନ୍ଦେହ କଲେ ବିରୋଧୀ, ବିଜେଡି କହିଲା, ଅସହିଷ୍ଣୁ ହୁଅନାହିଁ ।

୫-ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ୧୧,୦୦୬ଟି ନର୍ସିଂ ଅଫିସର ପଦବୀ ସୃଷ୍ଟି ।

୬-ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କଲେ ରେଳ ମନ୍ତ୍ରୀ, ଯାତ୍ରୀଙ୍କୁ ସ୍ୱଚ୍ଛତା ବିଷୟରେ ପଚାରି ବୁଝିଲେ ।

୭-ପୋଲାଣ୍ଡ ଆଥଲେଟ୍ ମାରୀୟା ଆଣ୍ଡ୍ରେଜିକ୍ – ୮ ମାସ ଶିଶୁର ଚିକିତ୍ସା ପାଇଁ ନିଲାମ କଲେ ଅଲିମ୍ପିକ୍ସ ପଦକ ।

୮–ଶିଶୁ ସଂକ୍ରମଣ ରୋକିବାକୁ ସରକାର ପ୍ରସ୍ତୁତ। ଆବଶ୍ୟକ ବେଡ ଓ ଆୟୁସିୟୁ ଚିହ୍ନଟ କରି ରଖାଯାଇଛି। ଆବଶ୍ୟକ ହେଲେ ସ୍ବତନ୍ତ୍ର ଶିଶୁ କୋଭିଡ ହସ୍‌ପିଟାଲ ହେବ: ଡିଏମ୍‌ଇଟି

୯–ଯାଜପୁର ବହୁ ଚର୍ଚ୍ଚିତ ଶିଶୁ କନ୍ୟା ପିହୁ ନିଖୋଜ ମାମଲା-ରାଜ୍ୟ ପୁଲିସ ମହାନିର୍ଦେଶକଙ୍କୁ ଜବାବ ତଲବ କଲେ ଜାତୀୟ ମାନବ ସୁରକ୍ଷା ଆୟୋଗ।

୧୦–ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲା-ନୟାଗଡ଼ ଚିଲ୍‌ଡ୍ରେନ୍ସ କୋର୍ଟରେ ମାମଲାର ଚାର୍ଜଫ୍ରେମ୍। ଦଫା ୩୦୨, ୩୭୬ କ ଓ ଖ, ୩୬୩, ୩୬୪, ୨୦୧ ଦଫାରେ ଚାର୍ଜଫ୍ରେମ। ୬ ପ​‌େ​‌କ୍ସା ଆକ୍ଟରେ ମଧ୍ୟ ଚାର୍ଜଫ୍ରେମ୍ କଲେ କୋର୍ଟ।

୧୧–ଭାର୍ଗବୀ ନଦୀଗର୍ଭରୁ ଠାବ ହେଲା ପୁରାତନ ମନ୍ଦିରର ଅବଶେଷ, ଆନୁମାନିକ ଗଠନ ସମୟ ୧୩ଶ/୧୪ଶ ଶତାବ୍ଦୀ କିମ୍ବା ଆହୁରି ପୁରାତନ ହୋଇପାରେ ।

୧୨–ବିଜେଡ଼ି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାଁରେ ଥାନାରେ ଅଭିଯୋଗ, ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ। ଭର୍ତ୍ତୃହରିଙ୍କ ନାଁରେ ତାଙ୍କ ବୋହୂ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥିବା ପ୍ରକାଶ ।ଭର୍ତ୍ତୃହରି, ତାଙ୍କ ପତ୍ନୀ ଓ ପୁଅଙ୍କ ନାଁରେ ଭୋପାଳ ମହିଳା ଥାନାରେ ଅଭିଯୋଗ ହୋଇଥିବା ସୂଚନା

୧୩–ଦେଶଛାଡି ଚାଲିଯାଉଥିବା ଆଫଗାନଙ୍କୁ ରୋକୁଛନ୍ତି ତାଲିବାନ; ବିମାନବନ୍ଦରରେ ଗଡୁଛି ମୃତଦେହ।

୧୪-ରାଜ୍ୟରେ କରୋନା ସଂକ୍ରମଣ ୧୦ଲକ୍ଷ ମୁହାଁ, ଦିନକୁ ଶହେ ଉପରେ ଶିଶୁଙ୍କ ସଂକ୍ରମଣ ଜାରି .

୧୫-ତାଲିବାନର ସେହି ୭ ଶୀର୍ଷ ନେତାଙ୍କ ହାତରେ ଆଫଗାନିସ୍ତାନର ଭାଗ୍ୟ, କିଏ କୁଖ୍ୟାତ ଆତଙ୍କବାଦୀ ତ କିଏ ମୋଷ୍ଟ ଓ୍ବାଣ୍ଟେଡ୍‌

୧୬-ଆଫଗାନ ମହିଳାଙ୍କ ପାଇଁ ଚିନ୍ତା ବ୍ୟକ୍ତ କଲେ ମଲାଲା ।

୧୭-ଆଇପିଏଲ୍‌ର ୨ୟ ଚରଣ : ବିସିସିଆଇର ତାଗିଦ୍‌, ‘ଅଗଷ୍ଟ ୨୦ ସୁଦ୍ଧା ଚୂଡ଼ାନ୍ତ ଖେଳାଳି ତାଲିକା ଦିଅ’ ।

୧୮-ଆୟୁଷ୍ମାନ ଭାରତ ଯୋଜନା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା । ଆୟୁଷ୍ମାନ ଭାରତ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଅନୁରୋଧ ।

Leave A Reply

Your email address will not be published.