NEET PG ପାଇଁ ପଞ୍ଜୀକରଣ ଓ ସଂଶୋଧନ ତାରିଖ ବଢ଼ିଲା, କରନ୍ତୁ ଆବେଦନ

0

ନିଟ୍ ପିଜି ପାଇଁ ରେଜିଷ୍ଟ୍ରେସନ ଓ କରେକସନ ପାଇଁ ସମୟସୀମା ବୃଦ୍ଧି କରାଯାଇଛି । ଏହି ସମୟ ସୀମା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଯାଇଛି । ଆବେଦନକାରୀମାନେ ଅଫିସିଆଲ ୱେବସାଇଟ୍ ntaboard.edu.in ମାଧ୍ୟମରେ ଅନଲାଇନରେ ଆବେଦନ କରିପାରିବେ । ଆବେଦନକାରୀମାନେ ଚାହିଁଲେ ସେମାନଙ୍କର ଶ୍ରେଣୀ ଓ ଷ୍ଟାଟସ୍ ପରିବର୍ତ୍ତନ କରିପାରିବେ । ଅନ୍ୟ କୌଣସି ତଥ୍ୟ ପରିବର୍ତ୍ତନ ପାଇଁ ଅନୁମତି ଦିଆନଯିବାକୁ ପୂର୍ବରୁ କୁହାଯାଇଛି । ଆଶାୟୀମାନଙ୍କର ଦାବିକୁ ଦୃଷ୍ଟିରେ ରଖି ରେଜିଷ୍ଟ୍ରେସନ ୱିଣ୍ଡୋ ଓ କରେକ୍ସନ ୱିଣ୍ଡୋ ପୁଣି ଥରେ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଇଚ୍ଛୁକ ଓ ଯୋଗ୍ୟ ଛାତ୍ରଛାତ୍ରୀମାନେ ନିମ୍ନ ପ୍ରଦତ୍ତ ପ୍ରଣାଳୀକୁ ଫଲୋ କରି ରେଜିଷ୍ଟ୍ରେସନ କରିପାରିବେ ।

୧- ଆଶାୟୀମାନେ ପ୍ରଥମେ nbe.edu.in ୱେବସାଇଟକୁ ଯାଆନ୍ତୁ ।
୨- ୱେବସାଇଟରେ ଦିଆଯାଇଥିବା ରେଜିଷ୍ଟ୍ରସନ ଲିଙ୍କ ଉପରେ କ୍ଲିକ୍ କରନ୍ତୁ ।
୩- ଏହା ଉପର କ୍ଲିକ କରିବା ପରେ ନୂଆ ରେଜିଷ୍ଟ୍ରେସନର ଅପ୍ସନକୁ ଯାଇ ନିଜର ମୋବାଇଲ ନମ୍ବର ଓ ଇ-ମେଲ ଦ୍ୱାରା ରେଜିଷ୍ଟ୍ରସନ କରନ୍ତୁ ।
୪- ଏବେ ଆପଣଙ୍କୁ ମେସେଜ୍ ମାଧ୍ୟମରେ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାର୍ଡ ମିଳିଯିବ ।
୫- ଏହାପରେ ରେଜିଷ୍ଟ୍ରେସନ ନମ୍ବର ଓ ପାସୱାର୍ଡ ମାଧ୍ୟମରେ ଲଗ୍ ଇନ୍ କରନ୍ତୁ ।
୬- ମଗାଯାଇଥିବା ପ୍ରତ୍ୟେକ ତଥ୍ୟ ଦେଇ ସବମିଟ୍ କରନ୍ତୁ ।
୭- ଫଟୋ ଓ ସାଇନ୍ ଅପଲୋଡ୍ କରିବା ସହ ଆପିଲିକେସନ ଫିସ୍ ଜମା କରନ୍ତୁ ।
୮- ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ ଆପିଲିକେସନର ପ୍ରିଣ୍ଟ ନିଅନ୍ତୁ ।

Leave A Reply

Your email address will not be published.