ଏଠାରେ ବ୍ୟାନ୍ ହେଲା ଅକ୍ଷୟଙ୍କ ନୂଆ ଫିଲ୍ମ

0

ବାଶୁ ଭଗନାନୀ ଏବଂ ରଞ୍ଜୀତ୍ ଏମ୍ ତିୱାରୀଙ୍କ ଫିଲ୍ମ “ବେଲ୍ ବଟମ” ନିର୍ମାଣ ପରଠାରୁ ହିଁ ଚର୍ଚ୍ଚାରେ ରହିଥିଲା । ଆଉ ଏବେ ରିଲିଜ୍ ପରେ ବି ଚର୍ଚ୍ଚାର ଶୀର୍ଷରେ ରହିଛି । ଏଥିରେ ବାଣୀ କପୁର, ଲାରା ଦତ୍ତା ଏବଂ ହୁମା କୁରେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମରେ ଅକ୍ଷୟ କୁମାରଙ୍କ ଅଭିନୟକୁ ସମସ୍ତେ ପ୍ରଶଂସା କରୁଥିବା ବେଳେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଥିବା ଲାରା ଦତ୍ତାଙ୍କୁ ମଧ୍ୟ ଅନେକ ବାଃ ବାଃ ମିଳିବାରେ ଲାଗିଛି । ଲାରା ଦତ୍ତାଙ୍କୁ ଫିଲ୍ମରେ ଏକଦମ୍ ଅଲଗା ଅବତାରରେ ଦେଖିବାକୁ ମିଳିଛି, ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି ।

କରୋନା ମହାମାରୀ ଦ୍ୱିତୀୟ ଲହର ମଧ୍ୟରେ ବିଗ୍ ବଜେଟ୍ ଫିଲ୍ମକୁ ପ୍ରଥମ ଥର ପାଇଁ ସିନେମା ହଲ୍ ରେ ରିଲିଜ୍ କରାଯାଇଛି । ଫିଲ୍ମକୁ ଅନେକ ପସନ୍ଦ କରୁଥିବା ବେଳେ କିଛି ଦେଶରେ ଏହାକୁ ବ୍ୟାନ୍ କରିଦିଆଯାଇଛି । ସାଉଦିଆରବ, କତାର୍ ଏବଂ କୁଏତ୍ ରେ ବେଲ୍ ବଟନ୍ ଫିଲ୍ମ ଉପରେ ବ୍ୟାନ୍ ଲଗାଯାଇଛି । ଏଥିରେ ଥିବା କିଛି କଣ୍ଟେଣ୍ଟ୍ ପାଇଁ ଏହାକୁ ଉପରେ ବ୍ୟାନ୍ ଲଗାଯାଇଛି ।

ଫିଲ୍ମର ଦ୍ୱିତୀୟ ଭାଗରେ ହାଇଜ୍ୟାକର୍ସ ମାନଙ୍କୁ ବିମାନରେ ଲାହୋରରୁ ମୁମ୍ବାଇକୁ ଅଣାଯାଇଛି । ୧୯୮୪ରେ ହୋଇଥିବା ବାସ୍ତବିକ ଘଟଣାରେ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରୀ ମହମ୍ମଦ୍ ବିନ୍ ରାଶିଦ୍ ଅଲ୍ ମକତୁମ୍ ବ୍ୟକ୍ତିଗତ ଭାବରେ ଏହି ମାମଲାକୁ ସମ୍ଭାଳିଥିଲେ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଅଧିକାରୀ ମାନେ ହାଇଜ୍ୟାକର୍ ମାନଙ୍କୁ ଧରିଥିଲେ । କିନ୍ତୁ ଏହି ଫିଲ୍ମରେ ସଂଯୁକ୍ତ ଆରବ ଏମିରେଟ୍ସର ଅଧିକାରୀମାନଙ୍କ ସ୍ଥାନରେ ଭାରତୀୟ ଅଧିକାରୀ ମାନେ ଏହି କାମ କରୁଥିବା ଦେଖିବାକୁ ମିଳିଛି । ଏଥିରେ ଅକ୍ଷୟ ମୁଖ୍ୟ ଭୁମିକାରେ ଦେଖିବାକୁ ମିଳିଛନ୍ତି । ହେଲେ ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅନ୍ଧାରରେ ରଖାଯାଇଛି ।

ସୂଚନାଯେ, ଫିଲ୍ମ ବେଲ୍ ପଟନ୍ କୁ ୧୬୦୦ ସ୍କ୍ରିନ୍ ରେ ରିଲିଜ୍ କରାଯାଇଛି । ଉପରୋକ୍ତ ଦେଶ ଗୁଡ଼ିକ ବ୍ୟତୀତ ଅନ୍ୟ ଦେଶ ମାନଙ୍କରେ ଅକ୍ଷୟ କୁମାରଙ୍କ ଫିଲ୍ମ ରିଲିଜ୍ ହୋଇଛି । କିନ୍ତୁ ମହାରାଷ୍ଟ୍ର, ତାମିଲନାଡୁ ଏବଂ କେରଳରେ ସିନେମାଘର ବନ୍ଦ ଥିବାରୁ ରିଲିଜ୍ କୁ ରୋକିଦିଆଯାଇଛି ।

Leave A Reply

Your email address will not be published.