ଆଜିର ମୁଖ୍ୟ ଖବର

0

୧-ଆଜି ମହାଳୟା ତିଥିରେ ଶ୍ରୀଜଗନ୍ନାଥ ଦର୍ଶନ ବନ୍ଦ। ଆଗାମୀ ୧୫ ତାରିଖ ଦଶହରା ଦିନ ଓ ୨୦ ତାରିଖ ପୂର୍ଣ୍ଣିମା ଦିନ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।ବିନ୍ଦୁସାଗରରେ ମହାଳୟା ମନା: BMC

୨-ଦୁର୍ନୀତିଗ୍ରସ୍ତ ,ଅପାରଗ ୪ ଅଧିକାରୀଙ୍କୁ ଦିଆଗଲା ବାଧ୍ୟତାମୂଳକ ଅବସର। ଏପର୍ଯ୍ୟନ୍ତ ବିଦା ହେଲେଣି ୧୧୨ଜଣ।

୩-କ୍ରୁଜ୍ ଡ୍ରଗ୍ସ ପାର୍ଟି ଲିଙ୍କରେ ଓଡିଶାରୁ ଥିଲେ ଦୁଇଜଣ, ଅତିଥି ସାଜି ଖୁବ୍ ମସ୍ତୀ କରିଥିଲେ।ମନୀଷ ରାଜଗରିଆ ଓ ଅଭିନ୍‌ ଦିନନାଥ ସାହୁଙ୍କୁ ଗିରଫ କରିଛି NCB।

୪-ଅକ୍ଟୋବର ୩୦ ସୁଦ୍ଧା ସରିବ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପ୍ରକ୍ରିୟା, ୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା।

୫-‘ମୋ ସରକାର’ର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । କହିଲେ, ଓଡିଶାରେ ଏକ ସର୍ବଜନ ହିତକାରୀ ସମାଜ ଗଠନକୁ ଆମେ ସୁନିଶ୍ଚିତ କରିବୁ ।

୬-ଅକ୍ଟୋବର ଆରମ୍ଭରୁ ପୁଣି ଓଡିଶାରେ ବାତ୍ୟା ନେଇ ଆଶଙ୍କା । ୧୪ ତାରିଖରେ ସୃଷ୍ଟ ହୋଇପାରେ ଝଡ ।

୭-ଫୁଲବାଣୀ:ଯେମିତି କଲ ସେମିତି ପାଇଲ, ମଦ ପିଇ ବଜାରରେ ପାଟିତୁଣ୍ଡ କରୁଥିବାରୁ ଖଜୁରୀପଡ଼ା ଆଇଆଇସି ସସପେଣ୍ଡ।

୮-ରାଜ୍ୟର ମୁଖ୍ୟ ସୂଚନା କମିଶନର ଭାବେ ଶପଥ ନେଲେ ଜଳଦ କୁମାର ତ୍ରିପାଠୀ । ପିପିଲି ବିଧାୟକ ଭାବେ ଶପଥ ନେଲେ ରୁଦ୍ର ପ୍ରତାପ ମହାରଥୀ।

୯-ଯେତିକି ପଇାସା ଦେବେ ସେତିକି ବିଦ୍ୟୁତ ବ୍ୟବହାର କରିବେ, ଗ୍ରାହକ ଚାହିଁଲେ ଲଗାଇପାରିବେ ପ୍ରିପେଡ ସ୍ମାର୍ଟ ମିଟର।

୧୦-ଦଶହରା ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ HRA ୩%ବଢ଼ିବ, ଦରମା ବି ବଢ଼ିଯିବ।

୧୧-ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା ହେଲା ନୋବେଲ୍ ପୁରସ୍କାର,ବୈଜ୍ଞାନିକ ସୁକୁରୋ ମାନାବେ,କ୍ଲାଉସ ହାସଲମାନ,ଜର୍ଜିଓ ପାରିସି ପାଇବେ ଏହି ନୋବେଲ୍ ପୁରସ୍ଖାର।

୧୨-ମଧ୍ୟ ପ୍ରଦେଶ: ଆଜି ୧ଲକ୍ଷ ୭୧ ହଜାର ହିତାଧିକାରୀଙ୍କୁ ଭର୍ଚୁଆଲ ମାଧ୍ୟମରେ ଜମିପଟ୍ଟା ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ।

୧୩-ମୁମ୍ବାଇର ବଡ଼ ବିଜୟ । ରାଜସ୍ଥାନକୁ ୮ ୱିକେଟରେ ମାତ୍ ଦେଲା ମୁମ୍ବାଇ ଇଣ୍ଡିଆନ୍ସ ।

Leave A Reply

Your email address will not be published.