ବଲିଉଡରେ ଏଣ୍ଟ୍ରି କରିବେ କି ମହେନ୍ଦ୍ର ସିଂ ଧୋନୀ?

0

ନ୍ୟାସନାଲ ସ୍ପୋର୍ଟ ଆଇକନ୍ ହେଉଛନ୍ତି ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବା କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ । କ୍ରିକେଟରେ ସେ ଲୋକପ୍ରିୟତା ହାସଲ କରିବା ସହ ଅନେକ ବିଜ୍ଞାପନ ପାଇଁ ଶୁଟିଂ ଓ ମଡେଲିଂ କରିବାର ବି ସୁଯୋଗ ପାଇଛନ୍ତି । ଏତେ ଶୁଟିଂ ଓ ମଡେଲିଂ କରିବା ପରେ ତାଙ୍କର ଆତ୍ମବିଶ୍ୱାସକୁ ଦର୍ଶକଙ୍କ ସମେତ ମେକର୍ସମାନେ ବି ନୋଟିସ କରିଛନ୍ତି । ଛୋଟି ଭିଡିଓରେ ତାଙ୍କ ଅଭିନୟ ଓ ଓ ଆତ୍ମବିଶ୍ୱାସକୁ ଦେଖି ଅଭିନୟ ଜଗତରେ ପାଦ ରଖିବାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା ।

ଅନେକ ଭାରତୀୟ କ୍ରିକେଟର ଅଛନ୍ତି, ଯେଉଁମାନେ ଫିଲ୍ମ ଓ ଟିଭି ଜଗତରେ ପାଦ ଥାପିଛନ୍ତି । କିନ୍ତୁ ଯେବେ ଧୋନୀଙ୍କୁ ବଲିଉଡରେ ଏଣ୍ଟ୍ରି କରିବାକୁ ପ୍ରଶ୍ନ ପଚରାଗଲା, ସେବେ ସେ ଅତି ମଜାଳିଆ ଉତ୍ତର ଦେଇଥିଲେ । ଏକ ସାକ୍ଷାତକାରରେ ସେ କହିଥିଲେ ଯେ, ‘ବଲିଉଡରେ କାମ କରିବା କରିବା ମୋ ପାଇଁ ସମ୍ଭବ ନୁହେଁ । ବିଜ୍ଞାପନର ଶୁଟିଂ କରି ମୁଁ ଖୁସି । କିନ୍ତୁ ଫିଲ୍ମ କଥା ଆସିଲେ, ମୋତେ ଲାଗୁଛି କି ଏହା ବହୁତ କଷ୍ଟକର କାମ । ମୁଁ ଫିଲ୍ମ ଷ୍ଟାରଙ୍କୁ ହିଁ ଅଭିନୟ କରିବାକୁ ଦେବି, କାରଣ ସେମାନେ ଏଥିରେ ବହୁତ ଭଲ । ମୁଁ କ୍ରିକେଟ ସହ ଜଡ଼ିତ ରହିବି । ମୁଁ କେବଳ ବିଜ୍ଞାପନରେ ଅଭିନୟ କରୁଛି, ଏଥିରୁ ଅଧିକ କିଛି ନୁହେଁ ।’

Leave A Reply

Your email address will not be published.