ଆଜିର ମୁଖ୍ୟ ଖବର

0

୧-କୋଭିଡ୍ ମୃତକଙ୍କୁ କ୍ଷତିପୂରଣ ପ୍ରକ୍ରିୟା ଆରମ୍ଭ,୩ଦିନରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ।

୨-ଭୁବନେଶ୍ୱର: ଆଜିଠୁ ବିଇଡି,ସିଟି ପ୍ରବେଶିକା ପରୀକ୍ଷା ଆରମ୍ଭ।

୩-ଲୋକାର୍ପିତ ହେଲା ଆମ ଘର ଆମ ହାଣ୍ଡିଶାଳ , ବିଶ୍ଵ ଦେଖିବ ପାରମ୍ପରିକ ଓଡ଼ିଆ ଖାଦ୍ୟ।

୪-ସରକାରୀ ଯୋଜନାର ବଦଳ ଚିତ୍ର: ୧୬ ଟଙ୍କାରେ ବିକ୍ରି ହେଉଛି ୧ ଟଙ୍କିଆ ଚାଉଳ, ବାଦ୍ ପଡିଛନ୍ତି ପ୍ରକୃତ ହିତାଧିକାରୀ।

୫-‘ସ୍କୁଲରେ ପିଲାଙ୍କୁ ତାଗିଦ୍‌ କରିବା ଆତ୍ମହତ୍ୟା ପାଇଁ ଉସୁକାଇବା ନୁହେଁ’, ଶିକ୍ଷକ ବିରୋଧରେ ଆସିଥିବା ମାମଲାକୁ ରଦ୍ଦ କଲେ ସୁପ୍ରିମ୍‌କୋର୍ଟ।

୬-ନନ୍ଦନକାନନରେ ପୁଣି ଚାଲିବ ଟ୍ରେନ ଓ ରୋପ-ୱେ, ଦୀର୍ଘ ୮ ବର୍ଷ ପରେ ହେଉଛି କାର୍ଯ୍ୟକ୍ଷମ।

୭-୧୦ରେ ଲଘୁଚାପ ! ଫିକା ପଡିବ ପାର୍ବଣ, ବର୍ଷାରେ ଭିଜିବ ଦଶହରା।

୮-କଟକ:ବେକେରୀ ଫ୍ୟାକ୍ଟ୍ରିକୁ ଯାଉଥିବା ୩ ହଜାର ପଚା ଅଣ୍ଡା ଜବତ, ଖାଦ୍ୟ ସୁରକ୍ଷା ସ୍କ୍ବାର୍ଡ ପକ୍ଷରୁ ଚଢ଼ାଉ।

୯-ରାଜଧାନୀକୁ ଫେରିଲା କରୋନା କଟକଣା, ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା।

୧୦-ଆଜି ବ୍ରହ୍ମଗିରି ଯିବେ ମୁଖ୍ୟମନ୍ତ୍ରୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବାଣ୍ଟିବେ ହେଲଥ କାର୍ଡ।

୧୧-ଆଜିଠୁ ଖୋଲୁଛି ସିଦ୍ଧି ବିନାୟକ ମନ୍ଦିର, ଦର୍ଶନ ପାଇଁ କ୍ୟୁଆର କୋଡ୍‌ ମାଧ୍ୟମରେ କରିବାକୁ ହେବ ପ୍ରି-ବୁକିଂ।

୧୨- ‘ରାମାୟଣ’ ଧାରାବାହିକର ରାବଣ ଭୂମିକାରେ ଅଭିନୟ କରିଥିବା ଅରବିନ୍ଦ ତ୍ରିବେଦୀଙ୍କ ୮୩ ବର୍ଷରେ ପରଲୋକ।

୧୩-୧୧.୫୬ ଲକ୍ଷ ରେଳ କର୍ମଚାରୀଙ୍କୁ ମିଳିବ ବୋନସ୍, ୭୮ ଦିନର ମଜୁରୀ। ୧୯୮୪.୭୩ କୋଟି ଟଙ୍କା ବ୍ୟୟ ହେବ ବୋଲି ଆକଳନ କରାଯାଇଛି।

୧୪-ରସାୟନ ବିଜ୍ଞାନରେ ନୋବେଲ ଘୋଷଣା:ଜର୍ମାନୀର ବେଞ୍ଜାମିନ ଲିଷ୍ଟ ଓ ଆମେରିକାର ଡେଭିଡ୍ ମାକମିଲନଙ୍କୁ ପ୍ରଦାନ କରାଯିବ ଏହି ପୁରସ୍କାର।

୧୫-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ପାଇଁ ୩୫ଟି ଅକ୍ସିଜେନ ଉତ୍ପାଦନକାରି ପ୍ଲାଣ୍ଟକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।

Leave A Reply

Your email address will not be published.