ଆଜିର ମୁଖ୍ୟ ଖବର

0

୧-ଇ–ଶ୍ରମ ପୋର୍ଟାଲରେ ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜୀକରଣ ୪ କୋଟି ଟପିଲା; ସବୁଠୁ ଆଗରେ ଓଡ଼ିଶା।

୨-CETକୁ ବିଶ୍ବବିଦ୍ୟାଳୟ ମାନ୍ୟତା ନେଇ ବିଜ୍ଞପ୍ତି ଜାରି।ଏଣିକି OUTR ଭାବେ ହେବ ପରିଚାଳନା।

୩-କେନ୍ଦ୍ରାପଡ଼ା ପୌରାଞ୍ଚଳରେ ଗତ କାଲିଠୁ ନାଇଟ୍‌ କର୍ଫ୍ୟୁ ଲାଗୁ ।ନଭେମ୍ବର ୧ ତାରିଖ ଯାଏ ଏହି ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ।

୪-ଆଜି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା।୧୭ଜିଲ୍ଲାକୁ ସତର୍କ ସୂଚନା ଜାରି।

୫-ଜଗତପୁର:ଧୂପ କାଠି କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ।

୬-କୋଭିଡ ସ୍ଥିତି ଭିତରେ ସ୍କୁଲ ଖୋଲୁଥିବାରୁ ସରକାରଙ୍କୁ ଘାରିଛି ଚିନ୍ତା। ତେଣୁ ସ୍କୁଲ ଖୋଲିବା ପରେ ନିୟମିତ ଭାବେ ସମସ୍ତ ବିଷୟରେ ଯାଞ୍ଚ କରିବେ ଅଧିକାରୀ।

୭-ଗଜପତି:ରାସ୍ତାରେ ଭାରସାମ୍ୟ ହରାଇ ଓଲଟିପଡିଲା ମନ୍ତ୍ରୀ ଜଗନ୍ନାଥ ସାର୍‌କାଙ୍କ ପାଇଲଟିଂ ଗାଡ଼ି।ଆହତ ୬ ପୋଲିସ କର୍ମୀ ହସ୍ପିଟାଲରେ ଭର୍ତ୍ତି।

୮-ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ରେଡ୍‌, ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ

୯-ଭୁବନେଶ୍ବର:ରାଜ୍ୟରେ ଦିନକରେ ଅମାନିଆଙ୍କଠୁ ୧୫ ଲକ୍ଷ ଫାଇନ୍‌ ଆଦାୟ, ୨୪ ଘଣ୍ଟାରେ ୫ ଗିରଫ।

୧୦-ଲକ୍ଷ୍ମୀସାଗର:ରାଜଧାନୀରେ ବଡ ଧରଣର ଲୁଟ୍‌,ଘରେ ପଶି କଳାକନା ବୁଲାଇଲେ ଚୋର, ୫୦ ହଜାର ଟଙ୍କା ସହ ସୁନା ଗହଣା ଲୁଟ୍।

୧୧-ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ଲବି, ଚାଲିଛି ଛକାପଞ୍ଝା,ବିନ୍ଧିଲାଣି ନେତାଙ୍କ ମୁଣ୍ଡ।

୧୨-ଅନୂସଚିତ ଜାତି ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ କ୍ରିକେଟର ଯୁବରାଜ ସିଂହ ଗିରଫ, ହାଂସୀରୁ ଧରିଲା ପୋଲିସ।

୧୩-ବେଙ୍ଗାଲୁରୁ:ଟ୍ରକ୍‌ ଡ୍ରାଇଭରକୁ ମାଡ଼ ମାରି ଲୁଟିନେଲେ ୯୦୦୦ ଓପୋ ଫୋନ୍‌, ଲୁଟେରାଙ୍କ ଟେର ପାଉନି ପୋଲିସ।

Leave A Reply

Your email address will not be published.