କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା

0

ରାଜ୍ୟ କଂଗ୍ରେସ ଭବନରେ ଆଜି ବ୍ୟାପକ ଭଙ୍ଗାରୁଜା କରାଯାଇଛି । କିଛି ଯୁବକ ଯୁବ କଂଗ୍ରେସ ଅଫିସ ତାଲାଭାଙ୍ଗି ଭଙ୍ଗାରୁଜା କରିଛନ୍ତି । ତେବେ ଭଙ୍ଗାରୁଜା କରିବା ପରେ ଉକ୍ତ ଯୁବକମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଜଣାପଡ଼ିଛି । କିଏ ଓ କାହିଁକି ଏହି କାଣ୍ଡ ଘଟାଇଛି, ସେନେଇ କୌଣସି ତଥ୍ୟ ମିଳିପାରି ନଥିବା ବେଳେ ଏହି ଘଟଣାଟି ସମସ୍ତଙ୍କୁ ହତବାକ୍ କରିଦେଇଛି ।

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ପ୍ରଦେଶ କଂଗ୍ରେସ ଯୁବ ସଭାପତି ଭାବେ ସ୍ମୃତି ରଞ୍ଜନ ଲେଙ୍କା ଦାୟିତ୍ୱ ନେବା ପରଠାରୁ ତାଙ୍କ ଉପରେ କିଛି କର୍ମୀ ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଛି । ଦୀର୍ଘଦିନ ଧରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିବା କୁହାଯାଉଛି ।

Leave A Reply

Your email address will not be published.