ଆଜିର ମୁଖ୍ୟ ଖବର

0

୧-ୟୁଏଇରେ ଚାଲିଥିବା ୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ ପ୍ରତିଯୋଗିତାର ଫାଇନାଲରେ ଭାରତ ଓ ଶ୍ରୀଲଙ୍କା ପ୍ରବେଶ କରିଛନ୍ତି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ-ବାଂଲାଦେଶକୁ ଓ ଶ୍ରୀଲଙ୍କା -ପାକିସ୍ତାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛନ୍ତି। ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଆଜି ଶୁକ୍ରବାର ଖେଳାଯିବ।

୨-କରୋନା ଭୟ ଭିତରେ ୫ ରାଜ୍ୟର ହେବ ବିଧାନସଭା ନିର୍ବାଚନ: ନିର୍ବାଚନ କମିଶନର କହିଲେ ଘୁଂଚାଇବାକୁ ଚାହୁଁନାହାନ୍ତି ରାଜନୈତିକ ଦଳ

୩-ହାଣିଲେ, ବାନ୍ଧିଲେ ଓ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ । ମଞ୍ଚେଶ୍ୱର ଭୋଟପଡ଼ାରେ ୩୦ ଲକ୍ଷର ସୁନା ଗହଣା ଓ ୩ ଲକ୍ଷ ଟଙ୍କା ଲୁଟ୍ ।

୪–ରାଜ୍ୟ ସରକାରଙ୍କ ଜାନୁଆରୀ ଗାଇଡଲାଇନ୍‌: ପିକ୍‌ନିକ୍‌ ସମ୍ପୂର୍ଣ୍ଣ ଭାବେ ବନ୍ଦ, ନୂଆ ବର୍ଷ ପାଇଁ କଡା କଟକଣା ।

୫-ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ: ଶୋକ ପ୍ରକାଶ କଲେ ଓଡ଼ିଶା-ଆନ୍ଧ୍ର ରାଜ୍ୟପାଳ ଓ ବିଭିନ୍ନ ଦଳର ନେତା ।

୬-ରକେଟ୍ ବେଗରେ ବ୍ୟାପୁଛି ଓମିକ୍ରନ । ଆମେରିକାରେ ବିସ୍ଫୋରକ ସ୍ଥିତି । ବ୍ରିଟେନ୍, ଫ୍ରାନ୍ସ ଓ ୟୁରୋପରେ ବି ସ୍ଥିତି ସଙ୍ଗୀନ ।

୭-ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, କରୋନା ଆକ୍ରାନ୍ତ ହୋଇ ଶଯ୍ୟାଶାୟୀ ହେଲେ ନୋରା ଫତେହୀ ।

୮-ମୁମ୍ବାଇରେ ଖଲିସ୍ଥାନୀ ଆତଙ୍କବାଦୀ ଆକ୍ରମଣ ଆଶଂକା , ଆଜି ପାଇଁ ସମସ୍ତ ପୋଲିସକର୍ମୀଙ୍କୁ ଛୁଟି ବାତିଲ ।

୯-ବହୁଚର୍ଚ୍ଚିତ ପାର୍ସଲ ବୋମା ବିସ୍ପୋରଣ ଘଟଣା ଉପରେ ଆଧାରିତ ସିନେମା ଶୀର୍ଷକ ବଦଳି ହେଲା ‘ମାଇଣ୍ଡଗେମ’ ।

୧୦-ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କଳିଙ୍ଗ ଆର୍ଟ ଗ୍ୟାଲେରୀ ଏବଂ ପାଞ୍ଚଟି ଆଞ୍ଚଳିକ ଆର୍ଟ ଗ୍ୟାଲେରୀର ଲୋକାର୍ପଣ ।

୧୧-ଓଡ଼ିଶାର ନୂତନ ପୁଲିସ ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଥିବା ୧୯୮୭ ବ୍ୟାଚର ଆଇପିଏସ୍‌ ସୁନୀଲ କୁମାର ବଂଶଲ ଶୁକ୍ରବାର ଦାୟିତ୍ବ ନେବେ। ଗୁରୁବାର ଶ୍ରୀ ବଂଶଲ ରାଜଧାନୀରେ ପହଞ୍ଚିଛନ୍ତି ।
୧୨-ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଡି’କକ୍ । ଟୁଇଟ୍ କରି ସୂଚନା ଦେଲା କ୍ରିକେଟ୍ ଦକ୍ଷିଣ ଆଫ୍ରିକା ।

୧୩-ସୀମା ଟପୁଛି ଆନ୍ଧ୍ର, କୋଟିଆର ଧୁଳିପଦର ଠାରେ ଗାଡି ଚେକିଂ କଲା ଆନ୍ଧ୍ର ପୋଲିସ ।

୧୪-ମହାତ୍ମା ଗାନ୍ଧୀଙ୍କ ନାମରେ ବିବାଦୀୟ ବୟାନ ଦେଇଥିବା ଆତ୍ମଘୋଷିତ ସନ୍ଥ କାଳୀଚରଣକୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି ପୋଲିସ୍ ।

୧୫-ଆଜିଠୁ ଶ୍ରୀମନ୍ଦିର ୩ ଦିନ ବନ୍ଦ ।

୧୬-ଆଜି କ୍ୟାବିନେଟ୍, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ହେବ ବୈଠକ ।

୧୭-ରାଜ୍ୟରେ ଆଉ ୬ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ।

୧୮-ଉତ୍ତରାଖଣ୍ଡରେ ୧୭ହଜାର ୫୦୦କୋଟି ଟଙ୍କାର ୨୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ।

Leave A Reply

Your email address will not be published.