ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କରଞ୍ଜିଆ ଠାରେ ବନବିଭାଗ ତତ୍କାଳ ପ୍ରତିକ୍ରିୟା ଦଳ ସଦସ୍ୟଙ୍କ ଚିତାବାଘ ସୁରକ୍ଷିତ ଉଦ୍ଧାର ଲାଗି ପ୍ରଶିକ୍ଷଣ ଶିବିର ଓ ମକଡ୍ରିଲ୍ ଅନୁଷ୍ଠିତ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡ଼ିଶା ସରକାର ପକ୍ଷରୁ କରଞ୍ଜିଆ ବନଖଣ୍ଡ ସହଯୋଗରେ ଆଜି କରଞ୍ଜିଆ ବନଖଣ୍ଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବନବିଭାଗ ତତ୍କାଳ ପ୍ରତିକ୍ରିୟା ଦଳ ସଦସ୍ୟ ମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଓ ମକଡ୍ରିଲ୍ କାର୍ଯ୍ୟକ୍ରମ କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ବାରିପଦା ଡିସିଏଫ୍ ତପନ ପରିଡ଼ା, ସହକାରୀ ବନ ସଂରକ୍ଷକ ଫାଲଗୁନୀ ବେହେରା, ମଦନମୋହନ ମହାନ୍ତ,କରଞ୍ଜିଆ ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ସ୍ୱାଇଁ ପ୍ରମୁଖ ଯୋଗଦାନ କରିଥିଲେ।
ଆଜି ଦିବା ୧୧ ଘଟିକା ଠାରୁ ଅପରାହ୍ନ ୫ ଘଟିକା ଯାଏଁ ସ୍ଥାନୀୟ ନର୍ସରୀ ଠାରେ ବିଶେଷ ଭାବେ ଚିତାବାଘ ମାନେ ଆହତ କିମ୍ବା ରୋଗଗ୍ରସ୍ତ ହେଇଥିବା ଖବର ପାଇବା ପରେ ସେମାନଙ୍କୁ କିପରି ତୁରନ୍ତ ସହାୟତା ଯୋଗାଇ ଦେଇହେବ ଓ ଜନବସତି ମୁହାଁ ହେଲେ କିପରି ସୁରକ୍ଷିତ ଭାବେ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡ଼ା ଯାଇପାରିବ ସେ ବିଷୟରରେ ବନବିଭାଗର ତତ୍କାଳ ପ୍ରତିକ୍ରିୟା ଦଳ ସଦସ୍ୟ ମାନଙ୍କ ନେଇ ମୋକଡ୍ରିଲ୍ ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା