ପ୍ରକୃତି ସଂରକ୍ଷଣ କରନ୍ତୁ ବାର୍ତ୍ତାକୁ ନେଇ ଦୁଇ ଛାତ୍ରଙ୍କ ସାଇକେଲ ଯାତ୍ରା

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପରିବେଶକୁ ବଞ୍ଚାନ୍ତୁ ପ୍ରକୃତି ସଂରକ୍ଷଣ କରନ୍ତୁ ବାର୍ତ୍ତାକୁ ନେଇ କେନ୍ଦ୍ରାପଡାର ଦୁଇ ଛାତ୍ରଙ୍କ ସାଇକେଲ ଯୋଗେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରୁଛନ୍ତି। ରାଜକନିକା ବ୍ଳକର ବରଦା ଗ୍ରାମର ତୁଷାର କାନ୍ତ ପଳେଇ ଓ ମନମୋହନ ମଲ୍ଲିକ ସାଇକେଲ ଯୋଗେ ଗତ ୧୨ ତାରିଖରୁ ଯାତ୍ରା ଆରମ୍ଭ କରି ୧୯ ତାରିଖ ଦିନ ଦେଓମାଳିରେ ପହଞ୍ଚିଥିଲେ।

ସେଠାରେ ଦୁଇ ଛାତ୍ର ଗୋଟିଏ ଗୋଟିଏ ଗଛ ଲଗାଇଥିଲେ। ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାୟୁ ପ୍ରଦୂଷଣ ହେଉଛିଏବଂ ଗଛ କଟାଯାଉଛି। ଯଦ୍ବାରା ଜଳବାୟୁ ପରିବର୍ତ୍ତନ ହେଉଛି ।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବାକୁ ଦୁଇ ଛାତ୍ର ଯାତ୍ରା ସମୟରେ ଲୋକମାନଙ୍କୁ ସଚେତନ କରୁଥିବା କହିଛନ୍ତି।

ଏ ପର୍ଯ୍ୟନ୍ତ ଓଡିଶା ରାଜ୍ୟର ୧୫ ଟି ଜିଲ୍ଲା ସେମାନେ ସାଇକେଲ ଯୋଗେ ପରିଭ୍ରମଣ କରି ସାରିଥିବା ମନମୋହନ ମଲ୍ଲିକ କହିଛନ୍ତି। ଭୋର ସମୟରୁ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ହେଲେ ବିଶ୍ରାମ ନିଅନ୍ତି ।ସାଥିରେ ଧରିଥିବା ଟେଣ୍ଟ ଲଗାଇ ବିଶ୍ରାମ କରୁଥିବା ଦୁଇ ସାଇକେଲ ଆରୋହୀ କହିଛନ୍ତି। କୋରାପୁଟରୁ ସେମାନେ ଜୟପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।

Leave A Reply

Your email address will not be published.